ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ନେଇ ତାଲିମ କାର୍ଯ୍ୟକ୍ରମ...

ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ନେଇ ତାଲିମ କାର୍ଯ୍ୟକ୍ରମ...


ବରଗଡ଼,୦୫/୦୨ :  ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ସଶକ୍ତ ପଞ୍ଚାୟତି ରାଜ, ସଶକ୍ତ ଓଡିଶା ଗଠନକୁ ନେଇ ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟ କରଣକୁ ନେଇ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପରିଷଦ ବରଗଡ଼ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । 

           Ad..


ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ,ବିଡ଼ିଓ ଲକ୍ଷ୍ମଣ ମାଝି,ଜିପିଓ ପାଣ୍ଡବ ନନ୍ଦ ଯୋଗ ଦେଇ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ତାଲିମଦାତା ଡ.ଭୁବନେଶ୍ୱର ଦେବତା ଓ ଭୂମିଶୁତା ମେହେର ତାଲିମ ପ୍ରଦାନ କରିଥିଲେ । 

    Ad..


ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ଉପରେ କାର୍ଯ୍ୟକ୍ରମରେ ତାଲିମ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ସଚେତନ କରିଥିଲେ। ଏଥିରେ ପଞ୍ଚାୟତସ୍ତରୀୟ କର୍ମଚାରୀ, ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା, ସିଆରପି, ଏମବିକେ,ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ, ଏ.ଏନ.ଏମ ଗ୍ରାମପଞ୍ଚାୟତ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ଅନ୍ୟପଟେ ଏହି ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମରେ ବିଶେଷ କରି ସ୍ୱଚ୍ଛ ଓ ସବୁଜ ଗ୍ରାମ ଉପରେ ତାଲିମ ପ୍ରଦାନ କରାଯାଇଥିଲା।



Report : Bijay ku sahu

Edited by k.s thakur...



Post a Comment

Previous Post Next Post