ଜର୍ଜ ହାଇସ୍କୁଲ ରେ ତ୍ରୀବେଣୀ ସଂଗମ ର ଜଳ ଅର୍ପଣ,ବରଗଡ଼ ଇସ୍କନ ପକ୍ଷରୁ ଆଧ୍ୟାତ୍ମିକ ଶିକ୍ଷା କାର୍ଯ୍ୟକ୍ରମ...

ଜର୍ଜ ହାଇସ୍କୁଲ ରେ ତ୍ରୀବେଣୀ ସଂଗମ ର ଜଳ ଅର୍ପଣ,ବରଗଡ଼ ଇସ୍କନ ପକ୍ଷରୁ ଆଧ୍ୟାତ୍ମିକ ଶିକ୍ଷା କାର୍ଯ୍ୟକ୍ରମ...


ବରଗଡ଼,୧୨/୦୨ : ବରଗଡ଼ ର ସର୍ବ ପୁରାତନ ବିଦ୍ୟାଳୟ  ଜର୍ଜ ଉଚ୍ଚ ବିଦ୍ୟାଳୟ, ଠାରେ  ପ୍ରାର୍ଥନା କ୍ଲାସ ସମୟରେ ବରଗଡ଼ ଇସ୍କନ୍ ପ୍ରଚାରକ ରାଜେଶ ଦାଶ ପ୍ରଭୁ ଛାତ୍ରମାନେ ନୈତିକ ଏବଂ ଆଧ୍ୟାତ୍ମିକ ଚିନ୍ତନ୍ ର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପ୍ରବଚନ ଦେଇଥିଲେ।

            Ad..


ଏହି ଅବସରରେ ମହାକୁମ୍ଭ ମେଳାର ମୌନିଅମାବାସ୍ୟା ଦିନ ତ୍ରୀବେଣୀ ସଂଗମ ରୁ ଆସିଥିବା ଜଳ ସମସ୍ତ ଙ୍କୁ ଅର୍ପଣ କରାଯାଇଥିଲା।

ଉକ୍ତ କର୍ମଶାଳା ରେ ବିଦ୍ୟାଳୟ ମୁଖ୍ୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ବତୀ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀଯୁକ୍ତ ରାଜେଶ ଦାଶ, ଇସ୍କନ୍ ପ୍ରଧାନ ସେବକ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିଥିଲେ । ଏହି କର୍ମଶାଳାକୁ ଇସ୍କନ୍ ପ୍ରଚାରକ ଅଭିଜିତ ପ୍ରଭୁ ପରିଚାଳନା କରିଥିବାବେଳେ ଭାଗିରଥି ଦାସ ଓ କାହ୍ନା ପ୍ରଭୁ ମୃଦଙ୍ଗ, କରତାଳ ବାଦନ କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ।

ଏହିପରି କାର୍ଯ୍ୟକ୍ରମ ମାନ କରାଗଲେ ଆଜିକା ଆଧୁନିକ ଯୁଗର ପିଲାମାନେ ଆଧ୍ୟାତ୍ମିକତା ପ୍ରତି ଆକୃଷ୍ଟ ହୋଇ ଉତ୍ତମ ନାଗରିକ ହୋଇ ପାରିବେ ବୋଲି ଶ୍ରୀମତୀ ଦାଶ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁରେଶ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post