ବିଜେପି ବରଗଡ ନଗର କମିଟି ତତଫରୁ ସମର୍ପଣ ଦିବସ ପାଳିତ...

ବିଜେପି ବରଗଡ ନଗର କମିଟି ତତଫରୁ ସମର୍ପଣ ଦିବସ ପାଳିତ...


ବରଗଡ଼,୧୨/୦୨ :  ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ବରଗଡ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ବିଜେପି ତରଫରୁ ସମର୍ପଣ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସଭାପତି ଡ଼ ଅରୂପାନନ୍ଦ ସାହୁ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ ବରିଷ୍ଠ ବିଜେପି ନେତା ରବି ନାରାୟଣ ଦାଶ, ଅଶୋକ ପଣ୍ଡା, ଲକ୍ଷ୍ମୀ ରଥ, ପ୍ରିତମ ସିଂ ପ୍ରମୁଖ ଉଦବୋଧନ ଦେଇ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସ୍ମୃତି ଚାରଣ କରିଥିଲେ।

            Ad..


ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଯେପରି ଦେଶ ପାଇଁ ବଳିଦାନ ଦେଇଥିଲେ, ସମସ୍ତ କାର୍ଯ୍ୟକର୍ତ୍ତା ଭାରତ ବର୍ଷ କୁ ପୃଥିବୀରେ ସର୍ବ ଶ୍ରେଷ୍ଠ ରାଷ୍ଟ୍ର ରୂପେ ପରିଗଣିତ ପାଇଁ ସମସ୍ତ ପ୍ରକାରର ବଳିଦାନ ଦେବା ପାଇଁ ଆଗେଇ ଆସିବାକୁ ଅୱାହାନ ଦେଇଥିଲେ। 

ବରିଷ୍ଠ ନେତା ସୁବ୍ରତ ହୋତା ଆଜିର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ, ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ନେତୃବୃନ୍ଦ ବୈକୁଣ୍ଠ ସାହୁ, ଧନଞ୍ଜୟ ଦୀପ, ହୃଷୀକେଶ ଛତର, ଡୋଲାମଣି ସା, ସୀମା ସିଂ, ପୂଜା ମହାପାତ୍ର, ବିଶାଖା ଅଗ୍ରୱାଲ, ଚଞ୍ଚଳା ରାଉତ,ସୁଜାତା ପଣ୍ଡା, ଶୈଳବାଲା ପଣ୍ଡା ତଥା ଅନ୍ୟାନ୍ୟ ବହୁ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post