ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ ହେଲେ IAS ମନୋଜ ସାହୁ...
ଭୁବନେଶ୍ୱର,୦୫/୦୧ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଆଜି ମନୋଜ ସାହୁ ନିଯୁକ୍ତ ହୋଇଛନ୍ତି । ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ମନୋଜଙ୍କୁ ନିଯୁକ୍ତି ମିଳିଛି ।
Ad..
ଇଣ୍ଟର କ୍ୟାଡର ଡେପୁଟେସନରେ ଆସିଛନ୍ତି ମନୋଜ ସାହୁ। ଏହା ପୂର୍ବରୁ ମନୋଜ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବରେ ନଭେମ୍ୱର ମାସରୁ କାର୍ଯ୍ୟରତ ଅଛନ୍ତି।
Ad..
୨୦୦୬ ବ୍ୟାଚ୍ର ଆଇଏଏସ୍ ମନୋଜ ହେଉଛନ୍ତି ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କ୍ୟାଡର୍ ଅଧିକାରୀ ।
Ad..
ଜଗତସିଂହପୁର ବାଲିକୁଦା ବ୍ଲକରେ ମନୋଜଙ୍କ ଘର। ୨୦୨୨ରେ ମନୋଜଙ୍କୁ ଡେପୁଟି ଇଲେକ୍ସନ କମିଶନର ଭାବେ ନିଯୁକ୍ତ କରାଯାଇଥିଲା। ସେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟରେ ହର ଘର୍ ଜଲ୍ରେ କାମ କରି ପ୍ରଶଂସିତ ହୋଇଛନ୍ତି।
Edited by k.s thakur...
Tags:
Bhubaneswar
cm mohan Majhi
IAS manoj sahu
latest news
latest update
odisha daily current affairs
personal secretary




