ଗ୍ୟାସ୍ ସିଲିଣ୍ଡର ଫାଟି ମାଆ ଓ ୨ ଝିଅ ଗୁରୁତର...

ଗ୍ୟାସ୍ ସିଲିଣ୍ଡର ଫାଟି ମାଆ ଓ ୨ ଝିଅ ଗୁରୁତର...


ଢେଙ୍କାନାଳ,୦୪/୦୧ : ଗ୍ୟାସ୍ ସିଲିଣ୍ଡର ଫାଟି ମାଆ ଓ ୨ ଝିଅ ଗୁରୁତର। ଢେ଼ଙ୍କାନାଳ ବେଲଟିଗିର ଅନ୍ତର୍ଗତ ବନ୍ଧ ନୂଆ ଗାଁରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ମା’ ଓ ଦୁଇ ଝିଅ ଗୁରୁତର ହୋଇଛନ୍ତି। 

               Ad..


ଗୁରୁତର ମାଆ ଓ ଦୁଇ ଝିଅଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ମା’ ଓ ସାନ ଝିଅଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Ad..


ପ୍ରାପ୍ତ ସୂଚନା ଅନୁସାରେ ଢେ଼ଙ୍କାନାଳ ବେଲଟିଗିର ଅନ୍ତର୍ଗତ ବନ୍ଧ ନୂଆଗାଁର ଅଙ୍ଗନବାଡ଼ି ୱାର୍କର ଶେଫାଳୀ ନାୟକ ଘରେ ରୋଷେଇ କରୁଥିବା ବେଳେ ହଠାତ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। 

     Ad..


ଗ୍ୟାସ ସିଲିଣ୍ଡର ଫାଟିବା ଫଳରେ ନିଆଁ ଲାଗି ଶେଫାଳୀ ଓ ତାଙ୍କ ଦୁଇ ଝିଅ ଜୟଶ୍ରୀ -ଶ୍ରଧାସ୍ରୀ ଗୁରୁତର ହୋଇଥିବା ବେଳେ  ଘରଟି ହୁ ହୁ ହୋଇ ଜଳିବାକୁ ଲାଗିଥିଲା। ସ୍ଥାନୀୟ ଲୋକ ମାଆ ଓ ଦୁଇ ଝିଅଙ୍କୁ ଉଦ୍ଧାର କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।



Edited by k.s thakur...


Post a Comment

Previous Post Next Post