ପରକ୍ରିୟା ପ୍ରୀତରୁ ଶଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା...

ପରକ୍ରିୟା ପ୍ରୀତରୁ ଶଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା...


ପାଇକମାଳ,୧୬/୦୧ : ପାଇକମାଳ ଅଂଚଳରେ ଚାଞ୍ଚଲ୍ୟ ଖେଳିଛି ଘଟଣା ଏକ ପ୍ରେମଜନିତ ପରକ୍ରିୟା ପ୍ରୀତିରୁ ଶଶୁର ଘରେ ଜ୍ୱାଇଁକୁ ହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟିଛି।ପଦ୍ମପୁର ସବ ଡ଼ିଭିଜନ ଅନ୍ତର୍ଗତ ପାଇକମାଳ ଥାନା ସ୍ଥିତ ନରସିଂହ ପଡ଼ାରେ ଶଶୁର ଘରେ ଜ୍ୱାଇଁକୁ ହତ୍ୟା କରାଯାଇଥିବା ନେଇ ପାଇକମାଳ ଥାନାରେ ଅଭିଯୋଗ ହୋଇଛି। 

Ad..


ମୃତକ ଜଣକ ପରିଚୟ ସୋହେଲା ବ୍ଲକ ବୁଡ଼ାମାଲ ଗ୍ରାମର ଗୋବିନ୍ଦ ପ୍ରଧାନ ବୋଲି ଜଣାପଡିଛି।ସେ ତାଙ୍କ ଶାଶୁ ଘର ରହି ଆସୁଥିଲେ । ଗୋବିନ୍ଦ ନୃସିଂହନାଥରେ ଚା ଦୋକାନ ଦେଇଥିଲେ।ଗୋବିନ୍ଦ ଙ୍କ ପତ୍ନୀ ବେବୀ ପ୍ରଧାନ,ତା ଶାଶୁ  ଗୁଲାପ ପ୍ରଧାନ ଓ ଘରେ ଭଡାରେ ରହୁଥିବା ରାୟଗଡା କ୍ଷେତରାଜପୁର ଅଞ୍ଚଳର ଟ୍ରାକ୍ଟର କାମ କରୁଥିବା ତ୍ରିଲୋଚନ ଦଳପତି ମିଶି ଛୁରାମାରି ହତ୍ୟା କରିଥିବା ଗୋବିନ୍ଦ ର ବାପା ନିରଞ୍ଜନ ପ୍ରଧାନ ଅଭିଯୋଗ କରିଛନ୍ତି।

Ad..


ଗତକାଲି ରାତିରେ ଗୋବିନ୍ଦକୁ ହତ୍ୟା କରିବାପରେ ସରକାରୀ ଡାକ୍ତରଖାନା ଅଣାଯାଇଥିବା ଓ ପରେ ତାଙ୍କୁ ଖବର ଦେଇଥିବା ସେ ଅଭିଯୋଗ କରିଛନ୍ତି।ପଦ୍ମପୁରରେ ଶବ ବ୍ୟବଚ୍ଛେଦ କରାଇଵା ସହ ପୋଲିସ ପରିବାର ଲୋକଙ୍କୁ  ହସ୍ଥାନ୍ତର କରିଛି।

     Ad..


ସମ୍ବଲପୁର ରୁ ସାଣ୍ଟିିଫିଟ୍ ଟିମ୍  ଓ ପାଇକମାଳ ପୋଲିସ  ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ପଠାଇଛନ୍ତି।ଏ ନେଇ ପାଇକମାଳ ଥାନାରେ କେଶ ନମ୍ବର 12 ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏହା ଏକ ପ୍ରେମ ଜନିତ ପରକ୍ରିୟା ପ୍ରୀତି ରୁ ହତ୍ୟା କାଣ୍ଡ ବୋଲି ପୋଲିସ ସୂତ୍ରରୁ ଜଣା ପଡିଛି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post