କେନ୍ଦୁଭଟା ଠାରେ ମାଣ୍ଡିଆ ମଣ୍ଡି ର ଶୁଭ ଉଦଘାଟନ...

କେନ୍ଦୁଭଟା ଠାରେ ମାଣ୍ଡିଆ ମଣ୍ଡି ର ଶୁଭ ଉଦଘାଟନ...


ବରଗଡ଼,୧୬/୦୧ : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜାମୁଟପାଲି ଗ୍ରାମପଞ୍ଚାୟତ ର କେନ୍ଦୁଭଟା ଠାରେ ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ ହୋଇ ଯାଇଛି।

             Ad..


କୃଷି ବିଭାଗ ଓ ଦେବଦତ୍ତ କ୍ଳବ ର ମିଳିତ ସହଯୋଗ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପୁର ବିଧାୟକ  ଶ୍ରୀଯୁକ୍ତ ସନତ କୁମାର ଗଡତିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ  ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜାମୁଟପାଲି ଗ୍ରାମପଞ୍ଚାୟତ ସରପଞ୍ଚ  ସୁମିତ୍ରା ସାହୁ, ସମିତି ସଭ୍ୟ ସରୋଜ ଶ୍ରୀ ଭୂଷଣ ସାହୁ, କୃଷି ବିଭାଗ ଓଭରସିଅର ଚିତ୍ତ ରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ। 

Ad..


ଦେବଦତ୍ତ କ୍ଲବ କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଶ୍ରୀ ଅନ୍ନ ଅଭିଯାନ ଗାଇସିଲେଟ ବ୍ଲକ ସଂଯୋଜକ ଶେଷଦେବ ସାହୁ ଉଦ୍ଧେଶ୍ୟ ଜ୍ଞାପନ କରିବା ସହ ଗାଇସିଲେଟ ବ୍ଲକ ରେ ୪୦୦୦ କ୍ୱିଣ୍ଟାଲ ମାଣ୍ଡିଆ କ୍ରୟ କରିବାର ଲକ୍ଷ୍ୟ ଅଛି ଓ ଏପର୍ଯ୍ୟନ୍ତ ୭୩୪ ଜଣ ଚାଷୀ ମାଣ୍ଡିଆ ବିକ୍ରୟ ନିମନ୍ତେ ପଞ୍ଜିକରଣ କରିଥିବା ପ୍ରକାଶ କରିଥିଲେ।

    Ad..


ଅତିରିକ୍ତ ବ୍ଲକ ସଂଯୋଜକ ବିଜୟ ମାଝୀ ବୁଢାସମ୍ବର ଡାଲି ଓ ପନିପରିବା ଉତ୍ପାଦକ କମ୍ପାନୀ ଲିଃ କେନ୍ଦୁଭଟା  ମାଧ୍ୟମରେ ଟିଡ଼ିସିସି ମାଣ୍ଡିଆ କ୍ରୟ କରୁଛି ଓ ଚାଷୀ ସଫା ସୁତୁରା ମାଣ୍ଡିଆ ବିକ୍ରୟ କରି କ୍ୱିଣ୍ଟାଲ ପ୍ରତି ୪୫୦୦ ଟଙ୍କା ପାଇବେ ବୋଲି ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ  ଶତାଧିକ ଚାଷୀ ଯୋଗ ଦେଇଥିଲେ।ଶ୍ରୀ ଅନ୍ନ ଅଭିଯାନ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିବା ବେଳେ ପରିଶେଷରେ ଉମାକାନ୍ତ ସାହୁ ଧନ୍ୟବାଦ ଦେଇଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post