ପୀଡ଼ିତାଙ୍କୁ ବୁର୍ଲା ହସ୍ପିଟାଲରେ ଭେଟିଲେ ବରଗଡ଼ ମହିଳା ସମିତି...
ବରଗଡ଼,୧୬/୦୧ : ବରଗଡ଼ ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆସିଥିବା ଜଣେ ଯୁବତୀ ନିଖୋଜ ହୋଇଯିବା ଏବଂ ଘଟଣାର ୪୮ଘଣ୍ଟା ପରେ ତାଙ୍କୁ ବରଗଡ଼ ସହର ଉପକଣ୍ଠ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ଘଟଣାର ଚାରିଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତ ମାନଙ୍କୁ ଠାବ କରିବାରେ ପୋଲିସ ର ବିଫଳତା ନେଇ ବରଗଡ଼ ମହିଳା ସମିତି ଗଭୀର ଉଦବେଗ ପ୍ରକାଶ କରିଛି।
Ad..
ସମିତିର ଏକ ପ୍ରତିନିଧି ଦଳ ଆଜି ବୁର୍ଲା ହସ୍ପିଟାଲ କୁ ଯାଇ ପିଡିତାର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ନ୍ୟାୟ ପ୍ରଦାନ ପାଇଁ ମହିଳା ସମିତି ସବୁବେଳେ ତାଙ୍କ ସହିତ ରହିବେ ବୋଲି ପ୍ରତିଶ୍ରୁତି ଦେଇ ଶ୍ରୀଘ୍ର ଆଶୁ ଆରୋଗ୍ୟ କାମନା କରିଥିଲେ।
Ad..
ପ୍ରତିନିଧି ଦଳ ଭିମସାର ନିର୍ଦ୍ଦେଶକ ଡ଼ା. ଭାବଗ୍ରାହୀ ରଥ ଙ୍କୁ ଭେଟି ପୀଡ଼ିତାଙ୍କ ସ୍ଥିତାବସ୍ଥା ଏବଂ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ। ପୀଡ଼ିତାଙ୍କ ଗତକାଲି ସ୍କିନ ସର୍ଜରୀ ହୋଇଥିବା ଏବଂ ବିପଦମୁକ୍ତ ଥିବା ଡ଼ା. ରଥ ପ୍ରକାଶ କରି ସବୁମନ୍ତେ ଚିକିତ୍ସା ସହାୟତାର ପ୍ରତିଶ୍ରୁତି ଦେଇଥିଲେ।
ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ପ୍ରଥମ ଦିନ ରାତିରେ ପୋଲିସରେ ରିପୋର୍ଟ ସତ୍ତ୍ୱେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦିଗରେ ପୋଲିସ ର ଅବହେଳା, ସନ୍ଧିଗ୍ଧ ଅପରାଧୀ ମାନଙ୍କ ଫୋନ କଲ୍ ରେକର୍ଡ ଥିବା ସତ୍ତ୍ୱେ ସେ ଦିଗରେ ତଦନ୍ତରେ ଅବହେଳା ଆଦି ପରିବାର ବର୍ଗ ସମିତିର ପ୍ରତିନିଧି ମଣ୍ଡଳୀଙ୍କ ଠାରେ ଅଭିଯୋଗ କରିଥିଲେ।
Ad..
ଏଭଳି ଏକ ସମ୍ବେଦନଶୀଳ ଘଟଣାର ପ୍ରଥମ ଦିନ ରିପୋର୍ଟ କୁ ଗ୍ରହଣ ନକରି ପୁଣି ତିନି ଦିନ ପରେ ଆଉଥରେ ରିପୋର୍ଟ ଦେବାକୁ ପୀଡ଼ିତା ପରିବାର ଙ୍କୁ କୁହାଯିବା ରହସ୍ୟ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ନୁହେଁ କି ବୋଲି ମହିଳା ସମିତି ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି।
ବରଗଡ଼ ଇତିହାସରେ ଧନୁଯାତ୍ରା ସମୟରେ ଏଭଳି ଜଘନ୍ୟ ଅମାନବୀୟ ଘଟଣା କେବେ ଘଟିନଥିଲା । ଘଟଣା ଦିନ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ଅବସରରେ ବରଗଡ଼ ସହର ପୋଲିସ ଛାଉଣୀରେ ପରିଣତ ହୋଇଥିବା ସତ୍ତ୍ୱେ ଗୋଟିଏ ଝିଅ ଅପହୃତ ହେବା ଏବଂ ୪୮ ଘଣ୍ଟା ପରେ ରକ୍ତାକ୍ତ ଉଦ୍ଧାର ହେବା ଅତ୍ୟନ୍ତ ଲଜ୍ଜା ଜନକ ଘଟଣା ବୋଲି ମହିଳା ସମିତି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି।
ଏହି ଘଟଣାର ଉଚିତ୍ ତଦନ୍ତ ଓ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ସହିତ ପୀଡ଼ିତାଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ବରଗଡ଼ ମହିଳା ସମିତି ଦାବି ଜଣାଇଛି । ସମିତି ର ସଭାନେତ୍ରୀ ହର୍ଜିନ୍ଦର୍ କୌର ଙ୍କ ନେତୃତ୍ୱରେ ମନ୍ଦାକିନୀ ପତି, ଇନ୍ଦ୍ରାଣୀ ଶତପଥୀ, ରାଧାରାଣୀ ମିଶ୍ର, ମମତା ମିଶ୍ର ଏବଂ ସମିତିର ଉପଦେଷ୍ଟା ପ୍ରିତମ ସିଂହ ଓ ପ୍ରସନ୍ନ ମିଶ୍ର ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ ହୋଇଥିଲେ ।
Report : Bijay ku sahu
Edited by k.s thakur...
Tags:
Bargarh
burla
latest news
latest update
mahila samiti
meet with
odisha daily current affairs
pidita
vimsaar





