ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣା, ମଙ୍ଗବାର ସମ୍ପୂର୍ଣ୍ଣ ବନ୍ଦ ଡାକରା...

ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣା, ମଙ୍ଗବାର ସମ୍ପୂର୍ଣ୍ଣ ବନ୍ଦ ଡାକରା...


ବରଗଡ଼,୨୦/୦୧ : ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକୁ 9 ଦିନ ବିତି ଯାଇଥିବା ବେଳେ ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇପାରି ନାହିଁ। 

            Ad..


ସେଥିପାଇଁ ବରଡୋଳ ଗ୍ରାମରେ ଗ୍ରାମବାସୀଙ୍କ ଦ୍ୱାରା ବରଗଡ଼ ଭଟଲି ଦୀର୍ଘ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ଅବରୋଧ କରାଯାଇଥିଲା ପରେ ବରଗଡ଼ ଉପଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷିକ, ଟାଉନ ପୋଲିସ ପହଞ୍ଚି  48 ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ସହିତ ସମ୍ପୃକ୍ତ ଅପରାଧୀ ମାନଙ୍କୁ ଗିରଫ କରିବା ଓ ପୀଡ଼ିତାଙ୍କୁ ଉନ୍ନତ ମାନର ଚିକିତ୍ସା ଯୋଗାଇଦେବା ନେଇ ଲିଖିତ ପ୍ରତିଶୃତି ଦେବା ପରେ ମଧ୍ୟ କୌଣସି ଆଖି ଦୃଶିୟା ପଦକ୍ଷେପ ହୋଇ ନଥିବାରୁ ଗତ 18 ତାରିଖ ରବିବାର ଦିନ ବରଗଡ଼ ଆଗ୍ରଗାମୀ ଯୁବକସଙ୍ଘ ଠାରେ ଏକ ସର୍ବ ଦଳୀୟ ବୈଠକ ବସିଥିଲା। 

Ad..


ଖବରଦାତା ମାଧ୍ୟମରେ ପ୍ରସାଶନ ଦେଇଥିବା ପ୍ରତିଶୃତିକୁ ପାଳନ କରିବା ପାଇଁ ନିବେଦବ କରାଯାଇଥିଲା ହେଲେ ଆଜି ସୋମବାର ଦିନ ଘଟଣାକୁ 9 ଦିନ ବିତିଯାଇଥିଲେ ସୁଦ୍ଧା ସେପରି କୌଣସି ଆଖି ଦୃଶିଆ ପଦକ୍ଷେପ ପ୍ରସାଶନ ନେଇଥିବା ହୃଦବୋଧ ହେଉନାହିଁ ଫଳରେ ସଚେତନ ନାଗରିକ ମାନଙ୍କ ପ୍ରୟାସରେ ଗଠିତ ହୋଇଥିବା ବରଗଡ଼ ନାଗରିକ କମିଟିର ନିଷ୍ପତ୍ତି କ୍ରମେ ଆସନ୍ତା କାଲି ମଙ୍ଗଳବାର ଦିନ ସକାଳ 6 ଘଣ୍ଟାରୁ ସନ୍ଧ୍ୟ 6 ଘଣ୍ଟା ପର୍ଯ୍ୟନ୍ତ ବରଗଡ଼ ସମ୍ପୂର୍ଣ ବନ୍ଦ ଡାକରା ଦିଆଯାଇଛି। 

     Ad..


ଏହି ବନ୍ଦ କୁ ବରଗଡ଼ ଜିଲ୍ଲାର ବିଭିନ୍ନ ସାମାଜିକ ଅନୁଷ୍ଠାନ ଯଥା ବରଗଡ଼ ବ୍ୟବସାୟିକ ସଙ୍ଘ, ବରଗଡ଼ ହାଟପଦା ପନିପରିବା ବ୍ୟବସାୟିକ ସଙ୍ଘ, ବରଗଡ଼ ଦୁର୍ଗା ମନ୍ଦିର କମିଟି,ବରଗଡ଼ ଭୀମ ଆର୍ମି, ସମତା ସୈନିକ ଦଳ, ଆମ୍ବେଦକର ଯୁବକ ସଙ୍ଘ,ସଂଯୁକ୍ତ କୃଷକ ସଂଗଠନ, ବରଗଡ଼, ଅଭିଭାବକ ମହାସଙ୍ଘ ବରଗଡ଼, ସମ୍ବିଧାନ ସୁରକ୍ଷା ମଞ୍ଚ ବରଗଡ଼, ବିର୍ସାମୁଣ୍ଡା ସଂଘର୍ଷ ବାହିନୀ, ଏସି ଏସ୍ଟି ମିଳିତମଞ୍ଚ ବରଗଡ଼, କୋଶଳ ସେନା, ଭୂମିହୀନ ସଂଗ୍ରାମ ସମିତି,ପଶ୍ଚିମ ଓଡିଶା ୟୁଵାମଞ୍ଚ, ନିଷ୍ଠା ପରିବାର, ସଂକଳ୍ପ ପରିବାର, ଜିଲ୍ଲା ସମାଜ ସେବି ସଙ୍ଘ, ବରଗଡ଼ ମୁସଲିମ ସମାଜ ସହିତ ରାଜନୈତିଜ ଦଳ ମାନେ ମଧ୍ୟ ସହମତି ପ୍ରକାଶ କରିଛନ୍ତି, ଏହି ବନ୍ଦ ରେ ସମସ୍ତ ଜରୁରୀ କାଳୀନ ସେବାକୁ ବାଦ ଦେବା ସହିତ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ର ଛାତ୍ରୀ ଓ ବିବାହ ବ୍ରତ ପାଇଁ ଯାଉଥିବା ଗାଡିକୁ ବାଦ ଦିଆଯିବ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post