ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜଙ୍ଗଲରେ ୧୪ ନକ୍ସଲ ନିପାତ...

ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜଙ୍ଗଲରେ ୧୪ ନକ୍ସଲ ନିପାତ...


ନୂଆପଡ଼ା,୨୧/୦୧ : ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜଙ୍ଗଲରେ ସୁରକ୍ଷା ବାହିନୀକୁ ପୁଣି ଏକ ସଫଳତା ମିଳିଛି। ମେନ୍‌ପୁର ଥାନା ଅଧୀନ କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷା ବାହିନୀର ଯବାନମାନେ ୧୪ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି। ଏମାନଙ୍କ ମଧ୍ୟରେ କୁଖ୍ୟାତ ମାଓବାଦୀ ଚେଲ୍ଲାପତିଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହାଛଡ଼ା ଏଥିରେ ୨ ମହିଳା ମାଓବାଦୀ ବି ଥିବା କୁହାଯାଉଛି।

            Ad..


ଗତ ୧୯ ତାରିଖ ରାତିରୁ ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ସମ୍ପୃକ୍ତ ଅଞ୍ଚଳରେ ଉଭୟ ଛତିଶଗଡ଼ ଓ ଓଡ଼ିଶା ପୁଲିସ ଏବଂ ସିଆରପିଏଫର ମିଳିତ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଗତକାଲି ସକାଳୁ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ତେବେ ଏହି ଗୁଳି ବିନିମୟ ବେଳେ ଦୁଇ ଜଣ ମାଓବାଦୀ ନିହତ ହୋଇଥିଲେ। ଆଜି ସକାଳେ ପୁଣି ୧୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Ad..


 
ଉଲ୍ଲେଖଯୋଗ୍ୟ ଯେ, ଗତ ୧୯ ତାରିଖ ରାତିରୁ ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ସମ୍ପୃକ୍ତ ଅଞ୍ଚଳରେ ଉଭୟ ଛତିଶଗଡ଼ ଓ ଓଡ଼ିଶା ପୁଲିସ ଏବଂ ସିଆରପିଏଫର ମିଳିତ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। 

     Ad..


ଗତକାଲି ସକାଳୁ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ତେବେ ଏହି ଗୁଳି ବିନିମୟ ବେଳେ ଦୁଇ ଜଣ ମାଓବାଦୀ ନିହତ ହୋଇଥିଲେ। ଆଜି ସକାଳେ ପୁଣି ୧୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। 

ସୂଚନାଯୋଗ୍ୟ, ଗତ ୩ ତାରିଖରେ ସୁରକ୍ଷା ବାହିନୀର ଯବାନମାନେ ସର୍ଚ୍ଚ ଅପରେସନ ବେଳେ ୩ ଜଣ ନକ୍ସଲଙ୍କୁ ନିପାତକରିଥିଲେ। ଗରିଆବନ୍ଧ ଓ ନୂଆପଡ଼ା ସୀମାନ୍ତ ଜଙ୍ଗଲରେ ନକ୍ସଲ ଗତିବିଧି ନେଇ ଗୋଇନ୍ଦା ବିଭାଗ ଓ ସୁରକ୍ଷା ବାହିନୀର ଯବାନମାନେ ଖବର ପାଇ ଅପରେସନ୍‌ ଆରମ୍ଭ କରିଥିଲେ। 

ଏହି ଅପରେସନ୍‌ ପାଇଁ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆର୍‌ପିଏଫ୍‌)କୁ ଓଡ଼ିଶାର ସ୍ପେସାଲ ଅପରେସନ୍‌ ଗ୍ରୁପ୍‌ (ଏସ୍‌ଓଜି) ଓ ଛତିଶଗଡ଼ ସ୍ପେସାଲ ଫୋର୍ସ ସହଯୋଗ କରିଥିଲେ।  ଯବାନମାନେ ନକ୍ସଲଙ୍କ ସହିତ ମୁହାଁମୁହିଁ ହେବାରୁ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଜଣ ନକ୍ସଲ ନିହତ ହୋଇଥିଲେ। ୫ଟି ମାରଣାସ୍ତ୍ର ସହ ମାଓବାଦୀ ସାମଗ୍ରୀ ଜବତ ହୋଇଥିଲା 




Edited by k.s thakur...



Post a Comment

Previous Post Next Post