ଜାତୀୟ ମତଦାନ ଦିବସ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ...
ବରଗଡ଼,୨୦/୦୧ : ଆସନ୍ତା ଜାନୁୟାରୀ ୨୫ ତାରିଖରେ ବରଗଡ଼ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ନିର୍ବାଚନ କାର୍ଯ୍ୟ।ଳୟଦ୍ୱାରା ଆୟୋଜିତ ହେବାକୁ ଯାଉଥିବା ୧୫ ତମ ଜାତୀୟ ମତଦାନ ଦିବସର ବିଭିନ୍ନ କାର୍ଯ୍ୟକ୍ରମଗୁଡିକର ସୁବ୍ୟବସ୍ଥିତ ସୁପରିଚାଳନା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମ୍ମିଳନୀ କକ୍ଷ, ବରଗଡ଼ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
Ad..
ଡେପୁଟୀ ଜିଲ୍ଲାପାଳ ସ୍ବାଗତ ବକ୍ତବ୍ୟ ସହ ବୈଠକର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ଉକ୍ତ ବୈଠକରେ ଭୋଟର ସଚେତନତା ଉପଲକ୍ଷେ ଜିଲ୍ଲାର ଛାତ୍ର-ଛାତ୍ରୀମାନଙ୍କୁ ନେଇ କୁଇଜ, ରଚନା, ବକୃତା, ଚିତ୍ରାଙ୍କନ ଆଦି ପ୍ରତିଯୋଗିତାର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଗଲା।
Ad..
ଏହି ପରିପ୍ରେକ୍ଷୀରେ କୃତୀ ଛାତ୍ର-ଛାତ୍ରୀ ମାନଙ୍କର ପୁରସ୍କାର ବିତରଣୀ ସଭା ଏବଂ ଭୋଟର ସଚେତନତା ଶୋଭାଯାତ୍ରା ଆୟୋଜନର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ତା.୨୫.୦୧.୨୦୨୫ ସକାଳ ୭.୦୦ ଘଟିକାରେ ସଚେତନତା ଶୋଭାଯାତ୍ରା ବରଗଡ଼ ସ୍ଥିତ ନିଶାମଣି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରୁ ଆରମ୍ଭ ହୋଇ ବିଜୁ ପଟ୍ଟନାୟକ ଟାଉନ ହଲ୍ ରେ ଶେଷ ହେବା ଏବଂ ସେଠାରେ ସଚେତନତା ସଭା ଓ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିରୀକୃତ କରାଗଲା।
Ad..
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର, ଉପସ୍ଥିତଥିବା ବିଭାଗୀୟ ଅଧିକାରୀ ଶ୍ରୀ ଜନ୍ମଜୟ ପାତ୍ର, ବରଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟ।ଳୟ ଏବଂ ବରଗଡ଼ ଜିଲ୍ଲାର ପ୍ରମୁଖ ମହାବିଦ୍ୟାଳୟ ଅଧ୍ୟକ୍ଷ/ ପ୍ରତିନିଧି ମାନଙ୍କଠାରୁ “ମତଦାନ ଦିବସ” କୁ କିପରି ସାଫଲ୍ୟମଣ୍ଡିତ କରାଯାଇପାରିବ ସେ ଦିଗରେ ସମସ୍ତଙ୍କର ସୁଚିନ୍ତିତ ମତାମତ ଲୋଡିଥିଲେ।
ମତଦାନ ଦିବସର ମୁଖ୍ୟ ଆଭିମୁଖ୍ୟ “ମତଦାନ ର ନାହିଁ ବିକଳ୍ପ, ମୁଁ ନିଶ୍ଚୟ ଭୋଟ ଦେବି” ଏବଂ “ସୁଦୃଢ ଗଣତନ୍ତ୍ର ଗଠନରେ ନାଗରିକ ମାନଙ୍କର ଭୂମିକା” ଉପରେ ଆଲୋକପାତ କରି ସାମୁହିକ ସଚେତନତାର ବାର୍ତ୍ତା ପ୍ରଚାର ଓ ପ୍ରସାର କରିବା ଏବଂ ସମାଜକୁ ସମୃଦ୍ଧି ପଥରେ ଅଗ୍ରଗାମୀ କରିବାକୁ ସମସ୍ତଙ୍କୁ ଦୃଢସଂକଳ୍ପବଦ୍ଧ ହେବାର ବାର୍ତ୍ତା ଦେଇ ଅତିରିକ୍ତ ଜିଲ୍ଲାପାଳ ବୈଠକର ପରିସମାପ୍ତି କରିଥିଲେ ।
Report : Bijay ku sahu
Edited by k.s thakur...
Tags:
Bargarh
district administration
jatia matdan divas
latest news
latest update
odisha daily current affairs
preparation meeting




