ନୂଆପଡ଼ା ଓ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାର ସୀମାନ୍ତରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି...

ନୂଆପଡ଼ା ଓ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାର ସୀମାନ୍ତରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି...


ନୂଆପଡ଼ା,୨୦/୦୧ : ନୂଆପଡ଼ା ଜିଲ୍ଲା ସୀମାନ୍ତରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ  ଗୁଳିବିନିମୟ ଚାଲିଛି। ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଚାଲିଛି ଗୁଳି ବିନିମୟ। 

            Ad..


ଗୁଇନ୍ଦା ବିଭାଗରୁ ମିଳିଥିବା ସୂଚନା ଆଧାରରେ ଆଜି ଓଡ଼ିଶା ପୁଲିସର ଏସଓଜି, ଛତିଶଗଡ଼ ପୁଲିସ ଓ ସିଆରପିଏଫ୍ ଯବାନ ମିଳିତ ଭାବେ ଅପରେସନ୍ ଚଳାଇଛନ୍ତି।

Ad..


ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। 

     Ad..


ତାକୁ ଆଧାର କରି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା କୁହାଯାଉଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।



Edited by k.s thakur...



Post a Comment

Previous Post Next Post