ରାଜଧାନୀ ଭୁବନେଶ୍ବରରେ କଂଗ୍ରେସର ଏକ ବିଶାଳ ‘ଯୁବ ଅସନ୍ତୋଷ ସମାବେଶ’...

ରାଜଧାନୀ ଭୁବନେଶ୍ବରରେ କଂଗ୍ରେସର ଏକ ବିଶାଳ ‘ଯୁବ ଅସନ୍ତୋଷ ସମାବେଶ’...


ଭୁବନେଶ୍ବର,୨୦/୦୧ : ରାଜଧାନୀ ଭୁବନେଶ୍ବରରେ କଂଗ୍ରେସର ଏକ ବିଶାଳ ‘ଯୁବ ଅସନ୍ତୋଷ ସମାବେଶ’ କରାଯାଇଛି।  ନିର୍ବାଚନୀ ପ୍ରତିଶ୍ରୁତି ପୂରଣରେ ବିଫଳତା ଅଭିଯୋଗ ଆଣି ରାଜରାସ୍ତାରେ ପ୍ରତିବାଦ କରିଛି କଂଗ୍ରେସ। 

Ad..


ଆଜି ଭାରତୀୟ ଯୁବ କଂଗ୍ରେସ ସଭାପତି ଉଦୟଭାନୁଙ୍କ ନେତୃତ୍ୱରେ ୮ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବିଶାଳ ଅବରୋଧ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବେରୋଜଗାର ଓ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ହଜାର କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ଦେଖିବାକୁ ମିଳିଛି ।

Ad..


ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯୁବ କଂଗ୍ରେସ କର୍ମୀ ଯିବା ବେଳେ ମୁହାମୁହିଁ ହୋଇଛନ୍ତି ପୁଲିସ୍ ଆଉ ଯୁବ କଂଗ୍ରେସ। ଯୁବ କଂଗ୍ରେସ କର୍ମୀମାନେ ପୋଲିସ୍ ବାରିକେଡ଼ ଭାଙ୍ଗି ଦେଇଥିଲେ। ଯୁବ କଂଗ୍ରେସ ପକ୍ଷରୁ ମୋହନ ମାଝୀଙ୍କ ବାସଭବନ ସମ୍ମଖରେ ଏକ କାଠପୁତୁଲିକୁ ପ୍ରଦର୍ଶନ କରାଯାଇଥିଲା। ପ୍ରାୟ ଏକଘଣ୍ଟା ଧରି ସେଠାରେ ପୋଲିସ୍ ଏବଂ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଫଳରେ ଘଟଣାସ୍ଥଳରୁ ପୋଲିସ ଭ୍ୟାନ ଯୋଗେ ଯୁବ କଂଗ୍ରେସ କର୍ମୀମାନଙ୍କୁ ଉଠାଇ ନେଇଥିଲା।

    Ad..


ଏହି କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଡବଲ ଇଞ୍ଜିନ ସରକାର ୭ ମାସରେ କିଛି କରିନାହିଁ । ଡବଲ ଇଞ୍ଜିନ ସରକାର ଯୁବମାନଙ୍କୁ ଦୁଇ ଗୁଣିତ ଶୋଷଣ କରୁଛି। ବିଜେପି ପ୍ରତିଶ୍ରୁତି ଭୁଲି ଯାଇଛି । ଇଏ ସାମାନ୍ୟ ଟ୍ରେଲର, ଆଗକୁ ଏହି ଲଢ଼େଇ ଜୋରଦାର ହେବ ।



Edited by k.s thakur...




Post a Comment

Previous Post Next Post