ଓବିସି ମଞ୍ଚର ସକ୍ରିୟ ସଦସ୍ୟ ଶ୍ରୀମାନ ଚିନ୍ତାମଣି ସାହୁଙ୍କ ଆହ୍ୱାନ କ୍ରମେ ପଦ୍ମପୁର ଠାରେ ଏକ ବୈଠକ ଅନୁଷ୍ଠିତ...

ଓବିସି ମଞ୍ଚର ସକ୍ରିୟ ସଦସ୍ୟ ଶ୍ରୀମାନ ଚିନ୍ତାମଣି ସାହୁଙ୍କ ଆହ୍ୱାନ କ୍ରମେ  ପଦ୍ମପୁର ଠାରେ ଏକ ବୈଠକ ଅନୁଷ୍ଠିତ...


ପଦ୍ମପୁର,୧୪/୦୧ : ମଙ୍ଗଳବାର ଅପରାହ୍ନ 2ଟାରେ ଓବିସି ମଞ୍ଚର ସକ୍ରିୟ ସଦସ୍ୟ ଶ୍ରୀମାନ ଚିନ୍ତାମଣି ସାହୁଙ୍କ ଆହ୍ୱାନ କ୍ରମେ  ପଦ୍ମପୁର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

              Ad..


ଉକ୍ତ ବୈଠକ ରେ ଓବିସି ସଂଗଠନ କୁ ମଜଭୁତ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇ ପାଞ୍ଚଟି ସଂଯୋଜକ ଯଥା ଚିନ୍ତାମଣି ସାହୁ, ବିଷ୍ଣୁ ଚରଣ ସାହୁ, ସପ୍ତସିନ୍ଧୁ ବଗର୍ତି, ବିରଞ୍ଚି ନାୟକ, ଜୟଦେବ ସାହୁ ଇତ୍ୟାଦିଙ୍କୁ ଚୟନ କରାଗଲା। 

Ad..


ଓବିସି ମାନଙ୍କୁ ଓଡିଶା ସରକାର SEBC ନାଁରେ ଠକି ଚାଲିଥିବା  ଅର୍ଥାତ ୦% ଶୂନ ପ୍ରତିଶତ ଆରକ୍ଷଣ ଦେଉଥିବାରୁ କ୍ଷୋଭ ପ୍ରକାଶ ପୂର୍ବକ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ପାଇଁ  ସ୍ଥିରି କୃତ ହେଲା। ଏହି ବୈଠକରେ  ପାଇକମାଳ, ଝାରବନ୍ଧ, ଗାଇସିଲଟ, ପଦ୍ମପୁରର ଶତାଧିକ ସଦସ୍ୟ ଯୋଗଦାନ କରିଥିଲେ।

     Ad..




Report : Bijay ku sahu

Edited by k.s thakur...

Post a Comment

Previous Post Next Post