ଉପଖଣ୍ଡ ସ୍ତରୀୟ ଧାରଣତନ୍ତ୍ର ଦିବସ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ...

ଉପଖଣ୍ଡ ସ୍ତରୀୟ ଧାରଣତନ୍ତ୍ର ଦିବସ ୨୦୨୫ ପାଳନ  ନିମନ୍ତେ ପ୍ରସ୍ତୁତି ବୈଠକ...


ପଦ୍ମପୁର,୧୫/୦୧ : ପଦ୍ମପୁର ଉପଖଣ୍ଡ ସଦର ମହୁକୁମାଠାରେ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ୨୦୨୫ କୁ ସୁନ୍ଦର ତଥା ମହାସମାରୋହରେ ପାଳନ କରିବାକୁ ପଦ୍ମପୁର ଉପଜିଲ୍ଲାପାଳ ଙ୍କ ସଭାଗୃହ ଠାରେ  ଶ୍ରୀଯୁକ୍ତ କୁଣାଲ ମୋତିରାମ ଚୈହ୍ୱାନ (ଆଇ,ଏ, ଏସ୍ ), ଅତିରିକ୍ରିଜିଲ୍ଲାପାଳ ପଦ୍ମପୁର ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। 

             Ad..


ଉକ୍ତ ବୈଠକରେ ପଦ୍ମପୁର ଉପଜିଲ୍ଲାପାଳ ସ୍ନେହା ଅରଗୁଲା (,ଆଇ,ଏ,ଏସ୍,)ଆଦର୍ଶ ଥାନା ଅଧିକାରୀ ପଦ୍ମପୁର ମମତା ନାୟକ, ନିତୁଶ୍ରୀ ମେହେରେ ଡେପୁଟି କଲେକ୍ଟର ପ୍ରମୁଖ ଉଚ୍ଚ ଅଧିକାରୀ ମାନେ ଯୋଗଦାନ ଦେଇ ସାଧାରଣତନ୍ତୁ ଦିବସ ୨୦୨୫ ପାଳନ କରିବା ପାଇଁ ଆଲୋଚନା ରେ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। 

Ad..


ବୈଠକ ରେ ପ୍ରସ୍ତାବିତ କାର୍ଯ୍ୟକ୍ରମ ଗୁଡ଼ିକ ମଧରେ ସକାଳ ୪ଘଣ୍ଟା ୩୦ମି ସମୟରୁ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ବିଭାଗ ଦ୍ବାରା ଡ଼ାକବାଜି ଯନ୍ତ୍ର ସାହାର୍ଯ୍ୟରେ ରାମଧୂନ ରେକଡ୍ ବଜାଇ ସହର ପରିକ୍ରମା କରାଯିବ। ସେହି ପରୀ ରାଧାମାଧବ ସତ୍ୟସାଇ ସେବା ସମିତି ଦ୍ଵାରା ପ୍ରାତଃ ୪ଟା ୩୦ମି ରୁ ପ୍ରଭାତ ଫେରୀ ଗୋପାଳଜୀମନ୍ଦିର ଠାରୁ ଆରମ୍ଭ ହେବ ସହ ସହରରରେ ଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଗୁଡ଼ିକରେ ମାଲ୍ୟାର୍ପଣ କରାଯିବା ପାଇଁ ପାଇ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁଦାୟତ୍ବ ପ୍ରଦାନ କରାଯାଇଥିଲା।

    Ad..


ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକର ଛାତ୍ର ଛାତ୍ରୀମାନଙ୍କୁ ନେଇ ମାତୃଭାଷା ଓଡିଆ, ଇଂରାଜୀ ରେ ବକୃତା ,ତର୍କ, ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ଇଂରାଜୀରେ ତର୍କ,ଓଡ଼ିଆ ପ୍ରବନ୍ଧ, ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାମାନ ଆୟୋଜନ କରାଯିବାର ସ୍ଥିରୀକୃତ ହୋଇଛି । 

ଏହାସହ ରକ୍ତଦାନ ଶିବିର , ସାଂସ୍କୃତିକ କାର୍ଯ୍ୟକ୍ରମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସହ ଯୋଗ୍ୟ ତଥା ଉପଖଣ୍ଡ ସ୍ତରରେ ଗୈରବାନ୍ବିତ ହୋଇଥିବା ବ୍ୟକ୍ତିବିଶେଷ ମାନଙ୍କୁ ଏବଂ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଦୁଇଜଣ ସୁଇପର(ଝାଡୁଦାର) ଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ବାରା ଉତ୍ସବରେ ସମ୍ମାନିତ କରାଯିବା ପାଇଁ ବୈଠକ ରେ ସ୍ତିରିକୃତ ହୋଇଛି। 

ଏହି ପ୍ରସ୍ତୁତି ବୈଠକ ରେ ବିଭିନ୍ନ ସ୍କୁଲ,କଲେଜ ମାନଙ୍କର ସଦସ୍ୟ, ବିଭିନ୍ନ ଅନୁଷ୍ଠାନ, କ୍ଲବ , ଓକିଲ ସଂଘ, ବଣିକ ସଂଘ, ନାଗରିକ କମିଟି ର ବିଭିନ୍ନ ସଦସ୍ୟ ଙ୍କ ସମେତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ର ଅଧିକାରୀ, ସାମ୍ବାଦିକମାନେ ଉକ୍ତ ସଭାରେ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

ପଦ୍ମପୁର ଉପଜିଲ୍ଲାପାଳ ସ୍ନେହା ଅରଗୁଲା ସଭାରେ ଉପସ୍ଥିତ ରହିଥିବା ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିବା ବେଳେଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ଶ୍ରୀମହେନ୍ଦ୍ରସାହୁ, ସମସ୍ତ ଙ୍କୁ ନୂତନ ବର୍ଷ ର ଅଭିନନ୍ଦନ ଜଣାଇ ସ୍ବାଗତ କରିବାସହ ସମସ୍ତ  ଙ୍କ ସହଯୋଗକ କାମନା କରିବା ବେଳେ ଡେପୁଟି କଲେକ୍ଟର ନିତୁଶ୍ରୀ ମେହେର ସଭା ପରିଚାଳନା କରିଥିଲେ।ବିଭାଗୀୟ କର୍ମଚାରୀ ଶ୍ରୀରାୟ ସି ମାଝିସଭାରେମଧ୍ୟ‌ଉଫସ୍ଥିତଥିଲେ।ସଭା ଶେଷ ରେସଭାପତି ସଭା ଶେଷ ପାଇ ଘୋଷଣା କଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post