ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରୁ ୪କୋଟିର ଗଞ୍ଜେଇ ଜବତ...

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରୁ ୪କୋଟିର ଗଞ୍ଜେଇ ଜବତ...


ଭୁବନେଶ୍ୱର,୧୫/୦୧ : ଭୁବନେଶ୍ୱର କଷ୍ଟମ୍ସ  ବିଭାଗ ପକ୍ଷରୁ ନିଶାଦ୍ରବ୍ୟ ଚୋରା ଚାଲାଣକୁ ରୋକିବାରେ ଉଦ୍ୟମ ଜାରି ରହିଛି। ଏହି ମର୍ମରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୪କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରାଯାଇଛି।

             Ad..


ଗୁପ୍ତ ସୂଚନା ଆଧାରରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର  କଷ୍ଟମ୍ସ ଅଧିକାରୀମାନେ ବ୍ୟାଙ୍କକରୁ ଆସୁଥିବା ଜଣେ ଯାତ୍ରୀଙ୍କୁ ଅଟକାଇଥିଲେ। ତାଙ୍କ ଲଗେଜ୍ ଯାଞ୍ଚ୍ ସମୟରେ ସେଥିରୁ ୪ ପ୍ୟାକେଟ ଗଞ୍ଜେଇ ମିଳିଥିଲା। ଏହା ସହିତ ୮ ପ୍ୟାକେଟ ପଲିବ୍ୟାଗରେ ଏକ ପ୍ରକାର ସବୁଜ ଏବଂ ଲମ୍ୱା ପଦାର୍ଥ ରହିଥିଲା। ​​ଏହାର ପରୀକ୍ଷା କରାଯାଇଥିଲା।

Ad..


ଅଭିଯୁକ୍ତଙ୍କଠାରୁ ୩.୯୯୦ କିଲୋଗ୍ରାମ ହାଇଡ୍ରୋପୋନିକ୍ ଗଞ୍ଜେଇ ଥିବା ପ୍ୟାକେଟଗୁଡିକ ଜବତ କରାଯାଇଥିଲା।

     Ad..


ସମ୍ପୃକ୍ତ ଯାତ୍ରୀଙ୍କୁ ଏନ୍‌ଡିପିଏସ୍ ଅଧିନିୟମ, ୧୯୮୫ଅନୁଯାୟୀ ଗିରଫ କରାଯାଇଛି ଏବଂ  କୋର୍ଟରେ ହାଜର କରାଯାଇଥିଲା। ଏହା ପରେ ଅଧିକ ପଚରାଉଚରା ପାଇଁ ନ୍ୟାୟିକ ହେପାଜତକୁ ନିଆଯାଇଛି। 



Edited by k.s thakur...



Post a Comment

Previous Post Next Post