କେନ୍ଦୁଝରରେ ସାମାଜିକ ସୁରକ୍ଷା ବର୍ଦ୍ଧିତ ଭତ୍ତା ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...
କେନ୍ଦୁଝର,୧୫/୦୧ : ଆଜିଠାରୁ ଲୋକଙ୍କୁ ମିଳିବ ୩୫୦୦ ଟଙ୍କା ମାସିକ ଭତ୍ତା । ୮୦ ବର୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ଓ ଦିବ୍ୟାଙ୍ଗଙ୍କୁ ମାସିକ ୩୫୦୦ ଟଙ୍କା ଲେଖାଏ ମିଳିବ ବର୍ଦ୍ଧିତ ଭତ୍ତା।
Ad..
ଆଜି କେନ୍ଦୁଝର ଧରଣୀଧର ବିଶ୍ଵବିଦ୍ୟାଳୟ ପଡ଼ିଆରେ ବର୍ଦ୍ଧିତ ସାମାଜିକ ସୁରକ୍ଷା ପେନସନ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜିଲ୍ଲାର ୧୩ ବ୍ଲକର ୯ ହଜାର ୯୧୩ ହିତାଧିକାରୀ ବର୍ଦ୍ଧିତ ପେନସନ ପାଇବେ।
Ad..
ଏହି ଅବସରରେ ପୁରୁଣା ସରକାରଙ୍କୁ ବଦଳେଇ ନୂଆ ସରକାର ରାଜ୍ୟରେ ଆଣିଥିବାରୁ ଲୋକଙ୍କୁ ଧନ୍ୟବାଦ ଜଣାଇବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ବିଗତ ଦିନର ସରକାର ଲୋକଙ୍କ ଆଶା ପୂରା କରିବାରେ ଫେଲ୍ ମାରିଥିଲେ। ଯେଉଁ କାରଣରୁ ଗତ ନିର୍ବାଚନରେ ଲୋକ ତାଙ୍କୁ ଉଚିତ୍ ଜବାବ୍ ଦେଇଛନ୍ତି ।
Ad..
ଆଗରୁ ୧୨୦୦ ଟଙ୍କା ପାଉଥିଲେ ଓ ବୁଧବାର ଠାରୁ ୩୫୦୦ ଟଙ୍କା ଲେଖାଏଁ ସହାୟତା ପାଇବେ । ୪ ଲକ୍ଷ ୭୭ ହଜାରରୁ ଉର୍ଦ୍ଧ୍ବ ଲୋକେ ଏହାର ଲାଭ ପାଇବେ । ଆମ ସରକାର ଏକାଧିକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିଛନ୍ତି ।
Edited by k.s thakur...
Tags:
cm mohan Majhi
kenojhar
latest news
latest update
new starter
odisha daily current affairs
old pension scheme




