ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ନିକଟରେ ଥିବା ଅନ୍ୟତମ ଶୈବ ପୀଠ ଗୁପ୍ତେଶ୍ୱର ମନ୍ଦିରରେ ହୋମଯଜ୍ଞ ସ୍ଵତନ୍ତ୍ର ପୂଜାନୀତି ଅନୁଷ୍ଠିତ...

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ନିକଟରେ ଥିବା ଅନ୍ୟତମ ଶୈବ ପୀଠ ଗୁପ୍ତେଶ୍ୱର ମନ୍ଦିରରେ ହୋମଯଜ୍ଞ ସ୍ଵତନ୍ତ୍ର ପୂଜାନୀତି ଅନୁଷ୍ଠିତ...


ପାଇକମାଳ,୧୪/୦୧ :- ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଥିବା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ନିକଟରେ ଥିବା ଅନ୍ୟତମ ଶୈବ ପୀଠ ଗୁପ୍ତେଶ୍ୱର ମନ୍ଦିର ରହିଛି।ଆଜି ମକର ସଂକ୍ରାନ୍ତି ପର୍ବ ଉପଲକ୍ଷେ ଏହିଠାରେ ଏକ ହୋମଯଜ୍ଞ ସ୍ଵତନ୍ତ୍ର ପୂଜାନୀତି ଅନୁଷ୍ଠିତ ହୋଇଥିଲା। 

Ad..


ଗନ୍ଧମାର୍ଦ୍ଦନ ପାହାଡ଼ର ଏହି ପୀଠରେ ଏକ ୱାଟର ଫଲ୍ଟ ରହିଛି ଯାହାକି ନୃସିଂହନାଥ କପିଳଧାର ଭଳି ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥାଏ। ଅନ୍ୟତମ ଶୈବ ପୀଠ ରୂପେ ପରିଗଣିତ ଦେବ ଦେବ ମହାଦେବ ମନ୍ଦିର ଏକ କୁଟୀର ରେ ପୂଜା ପାଉଥିବା ବେଳେ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏକ ଛୋଟିଆ ମନ୍ଦିର ନିର୍ମାଣ କରାଯାଇଛି। 

Ad..


ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ବରିଷ୍ଠ ସଂଗ୍ରାମୀ ତଥା ଗନ୍ଧମାର୍ଦ୍ଦନ ପାହାଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ଦୁର୍ଗେଇ ଦେବୀ ପୂଜକ ସ୍ବର୍ଗତ ଘାସିରାମ ମଲ୍ଲିକ (ଖୁଟୁଲା ବୁଢ଼ା ରୂପେ ପରିଚିତ ଥିଲେ)ଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା।ଆଜି ମକର ସଂକ୍ରାନ୍ତି ଉପଲକ୍ଷେ ଅନୁଷ୍ଠିତ ଏକ ମକର ମିଳନ ଉତ୍ସବରେ ଗୁପ୍ତେଶ୍ୱର ପୀଠର ପରିଚାଳନା କମିଟି ସଭାପତି ଅନନ୍ତରାମ ଧରୁଆ ଅଧ୍ୟକ୍ଷତା କରିଥିଲେ।

     Ad..


ସାମ୍ବାଦିକ କୁଞ୍ଜ ବିହାରୀ ସାହୁ ପରିଚାଳନା କରିଥିବା ବେଳେ ବରିଷ୍ଠ ଉପଦେଷ୍ଟା ବିକ୍ରମ ସରାଫ ସ୍ବାଗତ ଭାଷଣ ପ୍ରଦାନ କରି ଶୈବ ପୀଠ ଐତିହାସକ ସୂଚନା ପ୍ରଦାନ କରିଥିଲେ। ବିଶିଷ୍ଟ ସଂଗ୍ରାମୀ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯୋଧନ ପୁଟା, ବରିଷ୍ଠ ସାମ୍ବାଦିକ ଶ୍ରୀ ଧିରେନ୍ ମହାନ୍ତି, ସୁରଥ କୁମାର ସାହୁ,ମଧୁସୂଦନ ସେଠ, ରମେଶ ବାରିକ,ମୋତିରାମ ବାଗ, ସରପଞ୍ଚ ଦିଲ୍ଲୀପ ବେହେରା,ସମାଜ ସେବୀ ଦେବାର୍ଚ୍ଚନ ସାହୁ,ଟାଇଲ ଚନ୍ଦ୍ର ଭୋଇ ପ୍ରମୁଖ ଯୋଗ ଦେଇ ଏହି ଶୈବ ପୀଠ ବିକାଶ ହୋଇ ପାରିଲେ ନୃସିଂହନାଥ ମନ୍ଦିର ସହ ଏହି ଗୁପ୍ତେଶ୍ୱର ପୀଠ ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ଅଧିକାଂଶ ମାନ୍ୟତା ପାଇପାରିବ। 

ନୃସିଂହନାଥ ପୀଠ ରୁ ଏକ ସ୍ବତନ୍ତ୍ର ରାସ୍ତା ରହିଥିବାରୁ ଗୁପ୍ତେଶ୍ୱର ପୀଠ ମଧ୍ୟ ଏକ ସ୍ବତନ୍ତ୍ର ସ୍ଥାନ ର ମାନ୍ୟତା ପାଇ ପାରିବ ବୋଲି ଉପସ୍ଥିତ ଥିବା ବକ୍ତା ମାନେ ମତପ୍ରକାଶ କରିଥିଲେ।ଏଠାରେ ସ୍ଵତନ୍ତ୍ର ଭାବରେ ପ୍ରତେକ ମାସ ସଂକ୍ରାନ୍ତିରେ ଏକ ସ୍ବତନ୍ତ୍ର ପୂଜାନୀତି ସହ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥାଏ।

ପୂଜା ପଣ୍ଡିତ ଭାବରେ ପ୍ରିୟବ୍ରତ ଶାସ୍ତ୍ରୀ ହୋମ ଯଜ୍ଞ ସମ୍ପାଦନା କରୁଥିବା ବେଳେ ପୂଜାକର୍ତ୍ତା ଭାବେ ନବୀନ ସାହୁ ଓ ତାଙ୍କ ଧର୍ମପତ୍ନୀ ଜୟନ୍ତୀ ସାହୁଙ୍କ ଦ୍ଵାରା ସମ୍ପାଦନା କରାଯାଇଥିଲେ।ମନ୍ଦିର ପୂଜକ ଅନିରୁଦ୍ଧ ମଲ୍ଲିକ ଗୁପ୍ତେଶ୍ୱର ବାବାଙ୍କ ପୂଜାନୀତି ନିୟମିତ କରୁଥିବା ବେଳେ ଗୁରୁଣ୍ଡା ଓ ମିଠାପାଳି ଗ୍ରାମବାସୀ ଆକୁଣ୍ଟ ସହଯୋଗ କରିଥିଲେ। ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯୋଧନ ପୁଟା ଓ ପ୍ରକୃତି ବନ୍ଧୁ ଶ୍ରୀ ଧିରେନ ମହାନ୍ତି ଙ୍କ ଦ୍ଵାରା ସହ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।



Report : Bijay ku sahu

Edited by k.s thakur...



Post a Comment

Previous Post Next Post