ନୂତନ ବର୍ଷାରେ ମହିମା ଆଶ୍ରମରେ ସଂକଳ୍ପ ପରିବାରର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୧୩୦ ୟୁନିଟ ରକ୍ତ ସଂଗୃହିତ...

ନୂତନ ବର୍ଷାରେ ମହିମା ଆଶ୍ରମରେ ସଂକଳ୍ପ ପରିବାରର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୧୩୦ ୟୁନିଟ ରକ୍ତ ସଂଗୃହିତ...


ପଦ୍ମପୁର,୦୧/୦୧ : ନୂତନ ବର୍ଷ ପ୍ରଥମ ଦିନରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସାଧୁ ଗିରିଜା ଶଙ୍କର ଦାସଙ୍କ ପ୍ରତିଷ୍ଠିତ ମହିମା ଆଶ୍ରମ ପଲସାନୀ, (ବୁକୁରାମୁଣ୍ଡା, ମହୁଲପାଲି)ରେ ଅନୁଷ୍ଠିତ ହୋଇଯାଅଛି। 

             Ad..


ଆଜିର ରକ୍ତଦାନ ଶିବିର ସଂକଳ୍ପ ପରିବାର ବରଗଡ ଓ ମହିମା ଆଶ୍ରମ, ପଲସାନୀର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ନିଃସ୍ୱାର୍ଥ ସେବା ଓ ସହଯୋଗରୁ ନୂତନ ବର୍ଷ ୨୦୨୫କୁ ସ୍ୱାଗତ କରିବା, ଡାକ୍ତରଖାନାରେ ରକ୍ତ ପାଇଁ ବିକଳ ହେଉଥିବା ରୋଗୀଙ୍କୁ ରକ୍ତ ଦେଇ ମରଣ ମୁହଁରୁ ବଞ୍ଚାଇବାରେ ସାହାଯ୍ୟ କରିବା ସଂକଳ୍ପ ନେଇ ହୋଇଥିବା...

Ad..


ଆଜିର ଏହି ରକ୍ତଦାନ ଶିବିର କୁ ସାଧୁ ଗିରିଜା ଶଙ୍କର ଦାସ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ବରେଣ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରହିତ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। 

     Ad..


ଆଜିର ଶିବିରରେ ମୋଟ ୧୩ ୟୁନିଟ ରକ୍ତ ସଂଗୃହିତ ହୋଇ ଭୀମସାର ବୁର୍ଲା ର ରକ୍ତ ଭଣ୍ଡାର କୁ ପ୍ରଦାନ କରାଯାଇଥିଲା।ସଂକଳ୍ପ ପରିବାର ସଭାପତି ବିକାଶ ଅଗ୍ରୱାଲ, ସମ୍ପାଦକ ଜି.ରମେଶ, ଗତିକୃଷ୍ଣ ଭୋଇ, ନିରାକାର ପଧାନ ପ୍ରମୁଖଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିବା ବେଳେ ସଂକଳ୍ପ ପରିବାରର ସଦସ୍ୟ ଗଣ ଶିବିର ପରିଚାଳନାରେ ସାହାଯ୍ୟ କରିଥିଲେ । 

ନବବର୍ଷର ପ୍ରଥମ ଦିନରେ ୧୩୦ ୟୁନିଟ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ସଂକଳ୍ପ ପରିବାର ତରଫରୁ ଶ୍ରୀ ବିକାଶ ଅଗ୍ରୱାଲ ଧନ୍ୟବାଦ ଜଣାଇଥିଲେ।



Report : Bijay ku sahu 

Edited by k.s thakur...

Post a Comment

Previous Post Next Post