ଜିଲ୍ଲାପାଳ ଅଫିସ ସମ୍ମୁଖରେ ଛଅ ଦିନ ହେବ ସଂଯୁକ୍ତ କୃଷକ ସଂଗଠନ ତରଫରୁ ଧାନ ବିକ୍ରି ସମସ୍ୟା ସମାଧାନ ପାଇଁ ଧାରଣା...
ବରଗଡ଼,୦୧/୦୧ : ବରଗଡ଼ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଛଅ ଦିନ ହେବ ସଂଯୁକ୍ତ କୃଷକ ସଂଗଠନ ତରଫରୁ ଧାନ ବିକ୍ରି ସମସ୍ୟା ସମାଧାନ ପାଇଁ ଧାରଣା ଚାଲିଛି। ଅନେକ ଚାଷୀ ଙ୍କ ଜମି ତୁଳନା ରେ ଧାନ ବିକ୍ରି ଟୋକନ କମ ଆସିଥିବାରୁ 200 ଚାଷୀ ସୋସାଇଟି ଜରିଆରେ ସଂଶୋଧନ କରି ପୂଣି ଧାନ ବିକ୍ରି କରିବା ସୁଯୋଗ ଦେବା ପାଇଁ ନିବେଦନ କରିଥିଲେ।
Ad..
ହେଲେ ନାଁ ଟୋକନ ସମସ୍ୟା ସମାଧାନ ହୋଇଛି ନାଁ ଧାନ କିଣା ବ୍ୟବସ୍ଥା ସ୍ଵଛ ଓ ପାରଦର୍ଶି ହୋଇ ପାରିଛି ଫଳରେ ପ୍ରକୃତ ଚାଷୀ ହଇରାଣ ହେବା କେବଳ ସାର ହୋଇଛି। ସେଥିପାଇଁ କୃଷକ ମାନେ ନୂତନ ବର୍ଷ ର ପ୍ରଥମ ଦିନ ରେ ମଧ୍ୟ ସଂଯୁକ୍ତ କୃଷକ ସଂଗଠନ ତରଫରୁ ଧାରଣା ରେ ବସିଛନ୍ତି।
Ad..
ଉତ୍ପନ୍ନ ଭୋଇ, ରମେଶ ମହାପାତ୍ର, ସୁରେଶ ନିକେଣ୍ଟି, ରବିଶଙ୍କର ପଧାନ, ନିରଞ୍ଜନ ପଧାନ, ଈଶାନ୍ତ ଭୋଇ ନେତୃତ୍ୱ ନେଇଥିବା ବେଳେ ବଳଦେବ ସେଠ, ସୁବ୍ରତ ଆଚାର୍ଯ୍ୟ, ଦୁଷ୍ମନ୍ତ ମହାପାତ୍ର, କ୍ଷୀରୋଦ୍ର ସାହୁ,ଆନନ୍ଦ ସରଫ, ମୋତିଲାଲ ମହାକୁଡ଼,ନିମାଇଁ ପଧାନ, ଗଜାନନ ବେହେରା, ଯୋଗେଶ୍ୱର ଗଡତିଆ, ବାବରୁବାହନ ସାହୁ, ତେଜରାଜ ବେହେରା, ନିରଞ୍ଜନ ସାହୁ, କ୍ଷୀରୋଦ୍ର ପଧାନ ଏବଂ ମୁକେଶ ସାହୁ ଯୋଗ ଦେଇଥିଲେ।
Ad..
Report : Bijay ku sahu
Edited by k.s thakur...
Tags:
Bargarh
farmers association dharna
latest news
latest update
odisha daily current affairs
on 6th day




