ବିନା କଟନି ରେ ଧାନ ଉଠୁନି: ଆମ୍ ଆଦମୀ ପାର୍ଟି...
(ଚାଷୀ ମାନଙ୍କ ଧାରଣା କୁ ଆପ୍ ର ସମର୍ଥନ)
ବରଗଡ଼,୦୧/୦୧ : ବରଗଡ଼ ଜିଲ୍ଲାରେ କଟନି ଛଟନି ର ପ୍ରତିବାଦ,ବିଳମ୍ବିତ ଟୋକନ ଓ କମ ପରିମାଣ ର ଟୋକନ ର ପ୍ରତିବାଦ ରେ ଚାଲି ଥିବା ଚାଷୀ ମାନଙ୍କ ଧାରଣା କୁ ସମର୍ଥନ ଜଣାଇଛି ଆମ୍ ଆଦମୀ ପାର୍ଟି।
Ad..
ଜିଲ୍ଲା ଆବାହକ ଭବାନୀ ସାହୁ ଧାରଣା ସ୍ଥଳ କୁ ପହଂଚି ଚାଷୀ ମାନଙ୍କୁ ସମର୍ଥନ ଜଣାଇଥିଲେ ଓ ବିଜେପି ସରକାର ର ଉଚ୍ଚାରଣ ଓ ଆଚରଣ ଉପରେ ତାଳମେଳ ନାହିଁ ବୋଲି କହିଥିଲେ।
Ad..
ବିନା କଟନି ରେ ଧାନ କିଣିବେ ବୋଲି ବିଜେପି ଦମ୍ଭ ଭରୁ ଥିଲା କିନ୍ତୁ ମିଲର, ଅଧିକାରୀ, ନେତା ଙ୍କ ମିଲିଭଗତ ରେ ଚାଷୀ ଠାରୁ କୁଇଣ୍ଟାଲ ପିଛା ତିନି କିଲୋ କେଉଁଠି ଚାରି କିଲୋ ଧାନ କଟା ଯାଉଥିବା ଶ୍ରୀ ସାହୁ ଅଭିଯୋଗ କରିଛନ୍ତି।
Ad..
ତୁରନ୍ତ ସମସ୍ତ ଧାନ ବିନା କଟନି ରେ ସରକାର କିଣନ୍ତୁ ନହେଲେ ଭୟବହ ଆନ୍ଦୋଳନ ହେଵ ବୋଲି ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି। ଗତ ଛଅ ଦିନ ରୁ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦିଆଯାଉଛି। ସଂଗଠନ ପକ୍ଷରୁ ରମେଶ ମହାପାତ୍ର,ଉତ୍ତତ୍ପନ ଭୋଇ, ରବି ପ୍ରଧାନ, କିଶୋର ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...
Tags:
AAP support
Bargarh
farmers association dharna
latest news
latest update
odisha daily current affairs




