ଧାନ ର ଅଭାବୀ ବିକ୍ରି ପ୍ରତିବାଦ ରେ ସଂଯୁକ୍ତ କୃଷକ ସଂଗଠନ ତରଫରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ସପ୍ତମ ଦିନ ରେ ଧାରଣା...
ବରଗଡ଼,୦୨/୦୧ : ଧାନ ର ଅଭାବୀ ବିକ୍ରି ପ୍ରତିବାଦ ରେ ସଂଯୁକ୍ତ କୃଷକ ସଂଗଠନ ତରଫରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ସପ୍ତମ ଦିନ ରେ ଧାରଣା ଚାଲିଛି। ଅତାବିରା ଆର ଏମ ସି ରୁ 15,13,689ବରଗଡ଼ ଆର ଏମ ସି 16,54,268 ଏବଂ ପଦ୍ମପୁର ଆର ଏମ ସି ରୁ 14,50,000 ମୋଟ ଜିଲ୍ଲାରେ 46,17,957 କ୍ୟୁଣ୍ଟାଲ ଧାନ କିଣାଯାଇଛି।
Ad..
ବିଭିନ୍ନ ମଣ୍ଡି ରେ ପାଖାପାଖି ଛଅ ଲକ୍ଷ ପକେଟ ଧାନ ଖୋଲା ଆକାଶ ତଳେ ପଡି ରହିଛି। ପ୍ରତେକ ଦିନ ଦେଢ଼ ରୁ ଦୁଇ ଲକ୍ଷ କ୍ୟୁଣ୍ଟାଲ ଧାନ କିଣା ଯାଉଛି। ହେଲେ ପ୍ରକୃତ ଚାଷୀ ଯିଏ ଧାନ ଚାଷ କରିଛି ସେହି ଧାନ ମଣ୍ଡି କୁ ଆଣୁଛି ତାହାର ଧାନ କଟନୀ ନ ଦେଲେ ଧାନ କିଣା ଯାଉନାହିଁ।
Ad..
ସେଥିପାଇଁ ସଂଯୁକ୍ତ କୃଷକ ସଂଗଠନ ତରଫରୁରେ ସାତ ଦିନ ହେବ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ବସି ଛନ୍ତି ପ୍ରତ୍ୟେକ ଦିନ ବିଭିନ୍ନ ବ୍ଲକ ର କୃଷକ ସଂଗଠନ ମାନେ ଆସି ଧାରଣା ବସୁଛନ୍ତି।
Ad..
ଆଜି ଓଡିଶା ରାଜ୍ୟ କୃଷକ ସଂଗଠନ ଅତାବିରା ର ସଭାପତି ବୀରେନ୍ଦ୍ର କର, ସମ୍ପାଦକ ସୁରେଶ କର୍ଣ୍ଣ, ବରିଷ୍ଠ ସଦସ୍ୟ ଟିକେଲାଲ ମିଶ୍ର, ବୁଦ୍ଧଦେବ ନନ୍ଦ, ଭୁବନ ପଧାନ, ସୁବାସ ବିଶ୍ୱାଳ, ଦଶରଥ ଭୋଇ, ୟୁ ଭି ସଂକୁରାନ୍ତ୍ରୀ, ସୁରେଶ ନିକେଣ୍ଟି, ନିରଞ୍ଜନ ପଧାନ, ନବୀନ କୁ ଭୋଇ, ପ୍ରଦୀପ ଭୋଇ, ଗୌରଚନ୍ଦ୍ର ଭୋଇ, ଚୂଡ଼ାମଣି ସାହୁ, ରାଜକୁମାର ପଧାନ, ଏକାଦସିଆ ପଧାନ, ବିଜେପୁର କୃଷକ ସଂଗଠନ ର ମହେନ୍ଦ୍ର ପଧାନ, ଶିବ ପଧାନ ସମେତ ସଂଗଠନ ଉପଦେଷ୍ଟା ଉତ୍ପନ୍ନ ଭୋଇ ଏବଂ ରମେଶ ମହାପାତ୍ର ପରିଚାଳନା କରିଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
farmer association dharna
latest news
latest update
odisha daily current affairs
on 7th day




