ଗଛରେ ପିଟିହେଲା କାର: ଚାଳକଙ୍କ ମୃତ୍ୟୁ,ଜଣେ ଗୁରୁତର...

ଗଛରେ ପିଟିହେଲା କାର: ଚାଳକଙ୍କ ମୃତ୍ୟୁ,ଜଣେ ଗୁରୁତର...


ରାଉରକେଲା,୦୨/୦୧ : ଗଛରେ ପିଟି ହୋଇ କାର ଚାଳକଙ୍କର ମୃତ୍ୟୁ ଘଟିଛି। ତାଙ୍କ ସାଥିରେ ଥିବା ଜଣେ ଅନ୍ୟ ବ୍ୟକ୍ତି ଗୁରୁତର ଅଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ଜଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୦ (କ) ରାଜ୍ୟ ରାଜପଥ କଲେଇପୋଷ ନିକଟରେରେ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ମୃତ ବ୍ୟକ୍ତି ହେଲେ କିରଣ ମହାନ୍ତ।

             Ad..


ଆଜି ରାଉରକେଲା ପୁଲିସ ଜିଲ୍ଲାରେ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି। ଏପରି ସ୍ଥଳେ ବିଶେଷ କରି ଖଣି ଖାଦାନ ଅଞ୍ଚଳରେ ସଡ଼କ ସୁରକ୍ଷା ସଚେତନତାର ଆବଶ୍ୟକତା ରହିବା ନେଇ ମତ ପ୍ରକାଶ ପାଇଛି।

Ad..


ସୂଚନା ଅନୁସାରେ କିରଣ ମହାନ୍ତ ଆଜି ଅପରାହ୍ନରେ ସୁନ୍ଦରଗଡ଼ ଜଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୦ (କ) ରାଜ୍ୟ ରାଜପଥ କାର୍‌ରେ ଯାଉଥିଲେ। ତାଙ୍କ ସାଥିରେ ଦେବାଶିଷ ମହାନ୍ତ ନାମରେ ଜଣେ ବ୍ୟକ୍ତି ଥିଲେ। ସେ କଲେପୋଷ ନିକଟରେ ଭାରସାମ୍ୟ ହରାଇଥିଲେ। 

    Ad..


ଲଗାତାର ଭାବେ କାରଟି ତିନୋଟି ଗଛରେ ପିଟି ହୋଇଥିଲା। ଘଟଣାସ୍ଥଳରେ ହିଁ କାର୍‌ଚାଳକ କିରଣ ମହାନ୍ତଙ୍କର ମୃତ୍ୟୁ ଘଟିଥିଲା। ଦେବାଶିଷ ଆହତ ହୋଇଥିଲେ। ସୂଚନା ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନା ପଠାଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।



Edited by k.s thakur...



Post a Comment

Previous Post Next Post