ସମ୍ବଲପୁରରେ ଜବରଦଖଲ ଉଚ୍ଛେଦ, ମୋତିଝରଣ ଛକରେ ୧୬୩ ଧାରା ଜାରି...
ସମ୍ବଲପୁର,୦୨/୦୧ : ସମ୍ବଲପୁରରେ ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ମୋତିଝରଣ ଛକରେ ଜବରଦଖଲ ଉଚ୍ଛେଦ କରାଯାଉଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୋତିଝରଣ ଛକଠାରୁ ୨୦୦ ମିଟର ପର୍ଯ୍ୟନ୍ତ ଅଞ୍ଚଳରେ ୧୬୩ ଧାରା ଜାରି କରାଯାଇଛି।
Ad..
ସମ୍ବଲପୁରର ଭୂତାପଡ଼ା ଛକରୁ ଧନକଉଡା ପର୍ଯ୍ୟନ୍ତ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଚାଲିଛି। ବାରମ୍ବାର ତାଗିଦ୍ ସତ୍ତ୍ବେ ଜବରଦଖଲ ନ ହଟିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।
Ad..
ଜବରଦଖଲ ଉଚ୍ଛେଦ କାର୍ଯ୍ୟରେ ୨ ଅତିରିକ୍ତ ଏସ୍ପି, ୨ ଏସ୍ପିଡିଓ, ୫ ଥାନା ଅଧିକାରୀ, ୨୦ରୁ ଅଧିକ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।
Ad..
Edited by k.s thakur...
Tags:
jabar dakhal uchhed
latest news
latest update
odisha daily current affairs
Sambalpur
Sambalpur news




