ବଢ଼ିଲା ସ୍ଵାଧୀନତା ସଂଗ୍ରାମୀଙ୍କ ଭତ୍ତା,ଘୋଷଣା କଲେ ମୁଖ୍ୟମନ୍ତ୍ରୀ...
ଭୁବନେଶ୍ବର,୦୨/୦୧ : ବଢ଼ିଲା ସ୍ଵାଧୀନତା ସଂଗ୍ରାମୀଙ୍କ ଭତ୍ତା। ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।
Ad..
କାରାବରଣ କରିଥିବା ସବୁ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ପେନସନକୁ ୧୦ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । କାରାବରଣ କରି ନ ଥିବା ସ୍ଵାଧୀନତା ସଂଗ୍ରାମୀମାନଙ୍କ ପେନସନକୁ ୯ ହଜାରରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର ।
Ad..
ସେହିପରି ଜାତୀୟ ପେନସନ ପାଉଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ପେନସନକୁ ମାସକୁ ୮ ହାଜର ପରିବର୍ତ୍ତେ ୧୦ ହାଜର ଟଙ୍କା କରିଛନ୍ତି ସରକାର। ଜରୁରୀ କାଳୀନ ପରିସ୍ଥିତିରେ MISA ଆଇନରେ ଗିରଫ ହୋଇଥିବା ସଂଗ୍ରାମୀମାନଙ୍କୁ ମାସକୁ ୨୦ ହାଜର ଟଙ୍କା ପେନସନ ଦେବା ପାଇଁ ସରକାର ନିଷ୍ପତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Ad..
Edited by k.s thakur...
Tags:
announcement
Bhubaneswar
cm mohan Majhi
increase pension
independence fighter
latest news
latest update
odisha daily current affairs




