ରାଜ୍ୟ ପରିବହନ ବିଭାଗ ତରଫରୁ ସାରା ଜିଲ୍ଲା ରେ ସଡକ ସୁରକ୍ଷା ମାସ ପାଳନ...
ବରଗଡ଼,୦୧/୦୧ : ରାଜ୍ୟ ପରିବହନ ବିଭାଗ ତରଫରୁ ୦୧.୦୧.୨୦୨୫ ତାରିଖ ରୁ ୩୧.୦୧.୨୦୨୫ ତାରିଖ ପର୍ଯ୍ୟନ୍ତ ସାରା ଜିଲ୍ଲା ରେ ସଡକ ସୁରକ୍ଷା ମାସ ପାଳନ କରାଯିବ।
Ad..
ଆଞ୍ଚଳିକ ପରିବହନ କାର୍ଯ୍ୟ।ଳୟ, ବରଗଡ ତରଫରୁ ଜନସାଧାରଣ ଙ୍କ ସଚେତନତା ନିମନ୍ତେ ଏକ ସଡକ ସୁରକ୍ଷା ରଥ କୁ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ଷଡଙ୍ଗୀ, ମାନ୍ୟବର ବିଧାୟକ ବରଗଡ, ଶ୍ରୀଯୁକ୍ତ ଆଦିତ୍ଯ ଗୋୟଲ, ଜିଲ୍ଲାପାଳ , ଶ୍ରୀଯୁକ୍ତ ପ୍ରହଲ୍ଲାଦ ସହାୟ ମିନା , ଅରକ୍ଷ ଅଧିକ୍ଷକ, ଶ୍ରୀଯୁକ୍ତ ସବୁଆ ମାଝି, ଆଞ୍ଚଳିକ ପରିବହନ ଅଧିକାରୀ, ବରଗଡ ପତାକା ଦେଖାଇ ଉଦଘାଟନ କରିଥିଲେ।
ଶ୍ରୀଯୁକ୍ତ ଜସବିର ସିଂହ, ଶ୍ରୀ ମଙ୍ଗଲ କିସ୍କୋ ମଧ୍ୟ ଉପସ୍ଥିତ ଥିଲେ । ଏହା ସହିତ ସ୍କୁଲ ଓ କଲେଜ ଛାତ୍ର, ଛାତ୍ରୀ ଙ୍କୁ ନେଇ ପେଣ୍ଟିଙ୍ଗ ଏବଂ ସ୍ଲୋଗାନ ପ୍ରତିଯୋଗିତା ବରଗଡ ଏବଂ ପଦ୍ମପୁର ଠାରେ କରାଯିବ। ଭାରି ଯାନ ଚାଳକ ମାନଙ୍କ ପାଇଁ ଏକ ଚକ୍ଷୁ ପରୀକ୍ଷା ଶିବିର ବରଗଡ ଏବଂ ପଦ୍ମପୁର ଠାରେ ଅନୁଷ୍ଠିତ କରାଯିବ ।
Ad..
ଜନସାଧାରଣ ଙ୍କ ସଚେତନତା ନିମନ୍ତେ ମହିଳା ଚାଳକ ମାନଙ୍କୁ ନେଇ ଏକ ସେମିନାର ଅନୁଷ୍ଠିତ କରାଯିବ । ମଦ୍ୟପ ଚାଳକ, ଅମାନିଆ ଚାଳକ, ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର ଉପରେ କଡାକଡି କାର୍ଯ୍ୟାନୁଷ୍ଠାନ ନିଆଯିବ ।
Report : Bijay ku sahu
Edited by k.s thakur...




