ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ ପ୍ରଥମ ଦିନରେ ୫୪ଟି ଏମଓୟୁ ସ୍ୱାକ୍ଷର...

ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ ପ୍ରଥମ ଦିନରେ ୫୪ଟି ଏମଓୟୁ ସ୍ୱାକ୍ଷର...


ଭୁବନେଶ୍ଵର,୨୮/୦୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ସରକାରଙ୍କ ପ୍ରମୁଖ ନିବେଶକ ସମ୍ମିଳନୀ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫କୁ ଆଜି ଉଦଘାଟନ କରିଥିବାବେଳେ ଆଜି ପ୍ରଥମ ଦିନରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ରେ ୫୪ଟି ଏମଓୟୁ ସ୍ୱାକ୍ଷରିତ ହୋଇଥିବା ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି ।

            Ad..


ଏଥିରୁ ପାଖାପାଖି ୪ରୁ ୪.୫ ଲକ୍ଷ କୋଟି ପୁଞ୍ଜି ଆସିବ । ସବୁଠୁ ବଡ଼ ଏମଓୟୁ ଅଦାନୀ ଗ୍ରୁପ ସହ ହୋଇଛି । ଅଦାନୀ ଗ୍ରୁପ ସହ ୨.୨୮ ଲକ୍ଷ କୋଟିର ଏମଓୟୁ ହୋଇଛି । କେନ୍ଦୁଝରରେ ୫ ନିୟୁତ ଟନ୍‌ର ଷ୍ଟିଲ ପ୍ଲାଣ୍ଟ ପାଇଁ ଏମଓୟୁ କରିଛି JSW । 

      Ad..


ନବୀନ ଜିନ୍ଦଲ ତାଙ୍କ ଗ୍ରୁପ ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ପ୍ରତିଶ୍ରୁତି ରଖି ଆଉ ୭୦ ହଜାର କୋଟି ପୁଞ୍ଜି ନିବେଶ କରିବେ ବୋଲି କହିଛନ୍ତି । ସେହିପରି ବିର୍ଲା ଗ୍ରୁପ ସହ ନୂଆ କପର ଫୋଏଲ ପ୍ଲାଣ୍ଟ ପାଇଁ ଏମଓୟୁ ହୋଇଛି ।

    Ad..


୧୦୦ରୁ ଉର୍ଦ୍ଧ୍ୱ ଇଣ୍ଟେଣ୍ଟ ଆସିଥିବାବେଳେ ସବୁ MOU କରିବା ଠିକ୍‌ ନୁହେଁ ଏବଂ ଯାହା ରାଜ୍ୟ ସରକାରଙ୍କ ପଲିସିକୁ ସପୋର୍ଟ କରୁଥିବ ସେମାନଙ୍କ ସହ MOU ହେବ ବୋଲି ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି । କାଲି ଇଲେକ୍ଟ୍ରୋନିକ୍ସ, IT, ରେନବୁଲ୍‌ ଏନର୍ଜି, କୃଷି ଆଦି ପାଇଁ ଚୁକ୍ତି ହେବ ବୋଲି ସେ କହିଛନ୍ତି ।



Edited by k.s thakur...


Post a Comment

Previous Post Next Post