ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର...
କାଲିମେଳା,୨୮/୦୧ : ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ। କାଲିମେଳା ଥାନା ଅନ୍ତର୍ଗତ ତୁମ୍ବାଗୁଡା ଗ୍ରାମର କୈଳାସ ମାଡକାମୀ ନାମକ ଜଣେ ୨୨ ବର୍ଷୀୟ ଯୁବକଙ୍କ ଖୁଲନ୍ତା ମୃତଦେହ ନିକଟସ୍ଥ ଜଙ୍ଗଲରୁ ଠାବ ହୋଇଛି।
Ad..
ଏକ ମହୁଲ ଗଛରେ ଅଧା ଖୁଲନ୍ତା ଅବସ୍ଥାରେ ମୃତଶରୀର ଦେଖି ପରିବାର ଲୋକ କାଲିମେଳା ଥାନାରେ ଅଭିଯୋଗ କରିଥିବାର ଜଣା ପଡିଛି। ମୃତ ଯୁବକଙ୍କ ହାତ ଗୋଡ଼ ମାଟିରେ ଲାଗିଥିବା ବେଳେ ବେକରେ ଏକ ଓଢଣୀ ଲାଗିଥିବାର ଦେଖିବାକୁ ମିଳିଛି।
Ad..
ମୃତ ଶରୀର ନିକଟରେ ଏକ ଧଳା ଗାମୁଛା ତଳେ ପଡ଼ିଥିବା ବେଳେ ହାତରେ କଟା ଦାଗ ରହିଛି।ଗତକାଲି ସନ୍ଧ୍ୟାରେ କୈଳାଶ ଘରେ ଥିବା ବେଳେ ରାତିରୁ ନିଖୋଜ ଥିଲେ। ଆଜି ସକାଳେ ଘର ନିକଟରୁ ପ୍ରାୟ ଏକ କିମି ଦୂର ଏକ ଜଙ୍ଗଲିଆ ସ୍ଥାନରେ ଥିବା ଏକ ମହୁଲ ଗଛରେ ଅଧା ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ପରିବାର ଲୋକଙ୍କୁ ଖବର ଦିଆ ଯାଇଥିଲା।
Ad..
କାଲିମେଳା ପୁଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କୋରାପୁଟରୁ ସାଇଣ୍ଟିଫିକ ଟିମ ଆସିଲା ପରେ ହତ୍ୟା ନା ଆତ୍ମହତ୍ୟା ଜଣା ପଡ଼ିବ ବୋଲି ସୂଚନା ମିଳିଛି।
Edited by k.s thakur...
Tags:
jungle
kalimela
latest news
latest update
odisha daily current affairs
police
youth hanging body found




