ଚାନ୍ଦୋତରା ଛକରେ ବସଷ୍ଟାଣ୍ଡ ନାହିଁ,ଖରା ବର୍ଷାରେ ଯାତ୍ରୀ ହନ୍ତସନ୍ତ...
ବଙ୍ଗୋମୁଣ୍ଡା,୨୮/୦୧ :-ବଲାଙ୍ଗୀର ଜିଲ୍ଲାର ଚାନ୍ଦୋତରା ଏକ ପ୍ରମୁଖ ଅଞ୍ଚଳ ଓ କଳାହାଣ୍ଡି, ବଲାଙ୍ଗୀର, ନୂଆପଡା ଜିଲ୍ଲାର କେନ୍ଦ୍ରବିନ୍ଦୁ ଅଟେ।ଚାନ୍ଦୋତରା ଛକରେ ତିନିଗୋଟି ଜିଲ୍ଲାର ଯାତ୍ରୀ ନିର୍ଭର କରିଥାନ୍ତି।
Ad..
ହେଲେ ଏହି ଚାନ୍ଦୋତରା ଛକରେ ବସଷ୍ଟାଣ୍ଡ ନ ଥିବାରୁ ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାତ୍ରୀ ରାସ୍ତା ପାର୍ଶ୍ଵରେ ଛିଡା ହୋଇ ରହୁଛନ୍ତି।ଖରା ଓ ବର୍ଷା ସମୟରେ ଯାତ୍ରୀମାନେ ଛକରେ ଥିବା ଦୋକାନ ପିଣ୍ଡାରେ ଆଶ୍ରୟ ନିଅନ୍ତି।
Ad..
ଏଥିପ୍ରତି ଜିଲ୍ଲାପ୍ରଶାସନ ଓ ଜନ ପ୍ରତିନିଧିଙ୍କ ଦୃଷ୍ଟି ରଖି ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବା ଯୋଗୁଁ ଶୀଘ୍ର ଏକ ବସଷ୍ଟାଣ୍ଡ ନିର୍ମାଣ ସହ ପରିସ୍ରାଗାର ବ୍ୟବସ୍ଥା ପାଇଁ ଜନ ସାଧାରଣ ଓ ସାମାଜିକ କର୍ମୀ ଅମରେନ୍ଦ୍ର ନନ୍ଦ ଦାବୀ କରିଛନ୍ତି।Ad..
Edited by k.s thakur...
Tags:
bust stand
chandotara
latest news
latest update
odisha daily current affairs
public demand
sindhekela




