କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ କମିଟିର ଏକ ବୈଠକ ଅନୁଷ୍ଠିତ...
କଣ୍ଟାବାଞ୍ଜି,୨୮/୦୧ : କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ କମିଟିର ଏକ ବୈଠକ ସ୍ଥାନୀୟ ହରି ଭବନ ଠାରେ ସନ୍ଧ୍ୟା ୭ଟାରେ ଆୟୋଜିତ ହୋଇଯାଇଛି। କମିଟିର ଆବାହକ ପୁଷ୍ପକେତୁ ବେହେରା ଙ୍କ ଆବହକତ୍ୱରେ ଅନୁଷ୍ଠିତ ହୋଇଥିବା ବୈଠକରେ କଣ୍ଟାବାଞ୍ଜି ବିଧାୟକ ତଥା କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ ବାଗ ସଭାପତିତ୍ୱ କରିଥିଲେ।
Ad..
ଆଗାମୀ ମାର୍ଚ୍ଚ ମାସ ୧୧ ତାରିଖ ରୁ ଆରମ୍ଭ ହେବାକୁ ଥିବା ୩ ଦିନିଆ ଏହି ମହୋତ୍ସବ ପାଇଁ କଣ ସବୁ କାର୍ଯ୍ୟପନ୍ଥା ହାତକୁ ନିଆଯିବ ସେ ନେଇ ଆଜିର ବୈଠକ ରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମ କୁ କମିଟିର ସହ ସଂଯୋଜକ ଦିନେସ ମହାନନ୍ଦ ପରିଚାଳନା କରିଥିବା ବେଳେ ସମ୍ପାଦକ ମନୋଜ ଦାସ କଣ ସବୁ କାର୍ଯ୍ୟ ଆଜି ପର୍ଯ୍ୟନ୍ତ କରାଯାଇଛି ସେ ଉପରେ ଆଲୋକପାତ କରିଥିଲେ।
Ad..
ସଭାପତି ବ୍ରଜଶ୍ୟାମ ଗୁରୁ ମାଟିର୍ ମହୋତ୍ସବ କୁ କିଭଳି ଭାବେ ସଫଳ କରାଯିବ ସେନେଇ ସ୍ୱତନ୍ତ୍ର ଟିମ ଗଠନ କରି ଅଂଚଳରେ ଥିବା କଳାକାର ମାନଙ୍କୁ ଚଳିତ ବର୍ଷ ସ୍ଥାନ ଓ ଗୁରୁତ୍ୱ ଅଧିକ ଦିଆଯିବ ବୋଲି କହିବା ସହ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିବାକୁ ଥିବା ସଂସ୍କୃତିକ ଦଳ କୁ ଯଥେଷ୍ଟ ସଂମାନ କରାଯିବ ବୋଲି କହିଥିଲେ।
Ad..
ସେହିପରି ଅଧକ୍ଷ ଶ୍ରୀ ବାଗ କହିଛନ୍ତି ଯେ ଚଳିତ ବର୍ଷର କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ ଧୁମଧାମରେ ଓ ଜୋରଦାର ଭାବେ ଆୟୋଜନ ହେବ। ମୋର ପକ୍ଷରୁ ଯାହା ସହଯୋଗ ହେବ ମୁଁ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିପରି କମିଟିର ଅନେକ ସଦସ୍ୟ ଏହି ବୈଠକ ରେ ନିଜ ମତ ରଖି ମହୋତ୍ସବ କୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି ।
ପରେ କମିଟି ର ସହ ସମ୍ପାଦକ ତୁଳସିରାମ ଜଗତ ଧନ୍ୟବାଦ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି କୈଳାଶ ଦୀପ, ସଂଜୟ ଗାନ୍ଧୀ, ସନ୍ତୋଷ ଅଗ୍ରୱାଲ ପ୍ରମୁଖ ମଞ୍ଚାସିନଥିବା ବେଳେ ଅନ୍ୟ କମିଟି ସମସ୍ତ ଉପସ୍ଥିତ ଥିଲେ।
Edited by k.s thakur..
Tags:
kantabanji
latest news
latest update
mati ra mahotsav
odisha daily current affairs
preparation meeting




