ନିଶାମଣି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ...
ବରଗଡ଼, ୨୮/୦୧: ସ୍ଥାନୀୟ ନିଶାମଣି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଡ. ସଂଗୀତା ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଏଡିଇଓ ଶ୍ରୀ ଜ୍ୟୋତିକାନ୍ତ ସାହୁ...
Ad..
ମୁଖ୍ୟ ବକ୍ତା ରୂପେ ଡ. ସୁଜିତ କୁମାର ପୃଷେଠ, ସମ୍ମାନିତ ଅତିଥି ରୂପେ ଡଃ. ସୁରେନ୍ଦ୍ର କୁମାର ସାହୁ, ବିଇଓ, ସ୍କୁଲ ପରିଚାଳନା କମିଟିର ସଭାପତି ଶ୍ରୀ ଗଣେଶ ଭୋସାଗର, ପଞ୍ଚସଖା ଶିକ୍ଷାସେତୁର ସଭାପତି ଶ୍ରୀ ଶଶିଭୂଷଣ ପ୍ରଧାନ ଯୋଗଦାନ କରିଥିଲେ।
Ad..
ଶ୍ରୀମତି ରୋଜାଲିନ ମିଶ୍ର ଅତିଥି ପରିଚୟ ପ୍ରଦାନ ପୂର୍ବକ ସଭାର ସଂଯୋଜନା କରିଥିବା ବେଳେ, ଶ୍ରୀ ମନୋହର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଡଃ. ରଥଙ୍କ ରଚିତ ପ୍ରାରମ୍ଭିକ ସଂଗୀତ ଛାତ୍ର ଛାତ୍ରୀମାନେ ଗାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
Ad..
ମାସିକ ପ୍ରାଚୀର ପତ୍ରିକା "ଉତ୍ସ"ର ବାର୍ଷିକ ଉତ୍ସବ ବିଶେଷାଙ୍କ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଙ୍କିତ ଚିତ୍ରଙ୍କୁ ନେଇ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
ନନ୍ଦକୁମାର ମିଶ୍ର, ସନ୍ତୋଷୀ ଅଗ୍ରୱାଲ, ପ୍ରଶାନ୍ତି ପଣ୍ଡା, ମନୀଷା ସାହୁ, ସଞ୍ଜୁରାଣୀ ଦେବତା, ପ୍ରେମଲତା ସାହୁ, ସୌମ୍ୟ ବିଭାର ପ୍ରମୂଖ, କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Report : Bijay ku sahu
Edited by k.s thakur...
Tags:
annual function
Bargarh
latest news
latest update
nishamani government high school
odisha daily current affairs




