ମକର ସଂକ୍ରାନ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମକର ସ୍ନାନ...
କେନ୍ଦୁଝର,୧୪/୦୧ : ମକର ସଂକ୍ରାନ୍ତିରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ । ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଜନ୍ମ ମାଟି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି।
Ad..
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ମୁଖ୍ୟାଳୟ ଦେଇ ପ୍ରବାହିତ ପୁଣ୍ୟତୋୟା ବୈତରଣୀ ନଦୀରେ ମକର ସ୍ନାନ କରିଥିବା ଦେଖିବାକୁ ମିଳିଛି।
Ad..
ସ୍ନାନ ପରେ ପ୍ରଥମେ ପାଟଣା ବୈତରଣୀ ନଦୀ ସନ୍ନିକଟ ପରମେଶ୍ୱର ମହାଦେବଙ୍କ ଦର୍ଶନ ପରେ ପୁରାତନ ଆନନ୍ଦେଶ୍ୱର ମହାଦେବ ଦର୍ଶନ କରି ବ୍ରାହ୍ମଣ ଙ୍କ ଦ୍ଵାରା ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ଜଳାଭିଷେକ କରିଛନ୍ତି। ଏହାପରେ ସେଠାରେ ଉପସ୍ଥିତ ଥିବା ସାଧାରଣ ଜନତାଙ୍କୁ ହାତ ହଲାଇ ଅଭିନନ୍ଦନ ଜଣାଇଥିଲେ ।
Ad..
ପ୍ରତିବର୍ଷ ସେ ମକର ସଂକ୍ରାନ୍ତିରେ ଦ୍ଵିତୀୟ ଗଙ୍ଗା ପାଟଣା ବୈତରଣୀ ନଦୀରେ ବୁଡ ପକାନ୍ତି। ଚଳିତ ବର୍ଷ ସେ ମୁଖ୍ୟମନ୍ତ୍ରୀ ହେବା ପରେ ବି ନିଜ ସଂସ୍କୃତିକୁ ନ ଭୂଲି ବୈତରଣୀରେ ବୁଡ ପକାଇବା ନିଷ୍ପତିକୁ ପାଟଣା ଅଞ୍ଚଳର ଗ୍ରାମବାସୀମାନେ ପ୍ରଶଂସା କରିଛନ୍ତି ।
Edited by k.s thakur...
Tags:
cm mohan Majhi
kenojhar
latest news
latest update
makar sankranti
Odisha
odisha daily current affairs
snnan




