ଧନୁଯାତ୍ରା ମଞ୍ଚରେ ଲୋକାର୍ପିତ ହେଲା 'ପୁଣ୍ୟ ମାଟି ମୋ ବରଗଡ଼'...

ଧନୁଯାତ୍ରା ମଞ୍ଚରେ ଲୋକାର୍ପିତ ହେଲା 'ପୁଣ୍ୟ ମାଟି ମୋ ବରଗଡ଼'...


ବରଗଡ଼,୧୪/୦୧ :  କଳା-ସାହିତ୍ୟ- ସଂସ୍କୃତି ଓ ଐତିହ୍ୟ ସମ୍ପନ୍ନ ବରଗଡ଼ ଜିଲ୍ଲାର ମହତ୍ତ୍ଵ ଉପରେ ପର୍ଯ୍ୟବେଶିତ ସୁପରିଚିତ ଜନାଦୃତ ସଂଗୀତ "ପୁଣ୍ୟ ମାଟି ମୋ ବରଗଡ଼" ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ରଙ୍ଗମଞ୍ଚରେ ମହାରାଜା କଂସଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି। 

Ad..


ଧନୁଯାତ୍ରାର ଶେଷ ଦିବସରେ ମହାରାଜା କଂସ ମଥୁରାବାସୀଙ୍କ ଉଦେଶ୍ୟରେ ଗୀତଟିକୁ ଲୋକାର୍ପିତ କରିଥିଲେ। ଏହି ଅବସରରେ ମଞ୍ଚରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଅତାବିରା ବିଧାୟକ ନିହାର ମହାନନ୍ଦ, ଧନୁଯାତ୍ରା ସଭାପତି ତଥା ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ପୌର ପରିଷଦର ଅଧ୍ୟକ୍ଷା କଳ୍ପନା ମାଝି,ସମ୍ପାଦକ ସୁରେଶ୍ଵର ଶତପଥି ପ୍ରମୁଖ ଉପସ୍ଥିତ ରହି ଗୀତର ବିଷୟବସ୍ତୁ, ସଂଗୀତ ନିର୍ଦ୍ଦେଶନା , ସଂଗୀତ ପରିଚାଳନା ଓ କଣ୍ଠଶିଳ୍ପୀଙ୍କର ଭୂୟସୀ ପ୍ରଶଂସା କରିଥିଲେ। 

Ad..


ଅନ୍ୟ ମାନଙ୍କ ମଧ୍ୟରେ ଗୀତର ପରିଚାଳକ ନବ ମହତ୍ତମ, ସଂଗୀତ ନିର୍ଦ୍ଦେଶକ ସନ୍ଦୀପ ମହାପାତ୍ର, ଗାୟକ ବୁଦ୍ଧଦେବ ବାରିକ, ନତାଶା ସିକନ୍ଦର, ଅଂଶିକା ସିକନ୍ଦର ପ୍ରମୁଖ ଉପସ୍ଥିତ ଥିଲେ। ସପ୍ତକ ଷ୍ଟୁଡିଓ ଦ୍ବାରା ରେକର୍ଡିଂ ହୋଇଥିବା ଉକ୍ତ ସମ୍ମାନ ଜନକ ସଂଗୀତରେ ବରଗଡ଼ର ବିଶିଷ୍ଟ କଣ୍ଠଶିଳ୍ପୀ ମାନଙ୍କ ମଧ୍ୟରୁ ରମେଶ ମହାନନ୍ଦ, ରୀନା ଦାଶ, ସନ୍ଦୀପ ମହାପାତ୍ର, ନବ ମହତ୍ତମ, ବୁଦ୍ଧଦେବ ବାରିକ, ମାଳତୀ ପତି, ଅନାମିକା ଆଚାର୍ଯ୍ୟ, ନତାଶା ସିକନ୍ଦର, ଅଂଶିକା ସିକନ୍ଦର, ସୋମ ପଣ୍ଡା, ମୋହନ ସୁନା ଓ ଗୋପାଳ ସାହୁ ପ୍ରମୁଖ କଣ୍ଠଦାନ କରିଛନ୍ତି। 

    Ad..


ଗୀତିକାର ଡକ୍ଟର ରବିନାରାୟଣ ସାହୁଙ୍କ ରଚିତ ଏହି ପରିଚିତ ଗୀତଟିକୁ ଗୁରୁଶ୍ରୀ ସନ୍ଦୀପ ମହାପାତ୍ର ସ୍ବର ସଂଯୋଜନା, ନବ ମହତ୍ତମ ସଂଗୀତ ପରିଚାଳନା, ଶିବାୟନୀ ପଣ୍ଡା ପ୍ରଯୋଜନା ଓ ପ୍ରବୀର ପୁରୋହିତ ରେକର୍ଡିଂର ଦାୟିତ୍ଵ ନିର୍ବାହ କରିଛନ୍ତି। ଗୀତଟି ପୂର୍ବରୁ ବହୁ ଜନାଦୃତ ହୋଇ ଅନେକ ପ୍ରମୁଖ ସ୍ଥାନମାନଙ୍କରେ ବିଶେଷ କରି ଜିଲ୍ଲାର ପ୍ରତିଷ୍ଠା ଦିବସରେ ପ୍ରାରମ୍ଭିକ ସଙ୍ଗୀତ ଭାବେ ଉପସ୍ଥାପିତ ହୋଇ ଦର୍ଶକ ଓ ଶ୍ରୋତା ମହଲରେ ପ୍ରଶଂସିତ ହୋଇଛି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post