ମକର ସଂକ୍ରାନ୍ତି ଉପଲକ୍ଷେ ପରମାନନ୍ଦପୁର ଠାରେ ବୈଦିକ ଯଜ୍ଞ ଅନୁଷ୍ଠିତ...

ମକର ସଂକ୍ରାନ୍ତି ଉପଲକ୍ଷେ ପରମାନନ୍ଦପୁର ଠାରେ ବୈଦିକ ଯଜ୍ଞ ଅନୁଷ୍ଠିତ...


ବରଗଡ଼,୧୪/୦୧ : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମର ବୈଦିକ ଯଜ୍ଞ ପୀଠରେ ବୈଦିକ ସଂସ୍କୃତି ସଂରକ୍ଷଣ ସମିତି ତରଫରୁ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । 

Ad..


ଏଥିରେ ଯଜ୍ଞ ବ୍ରହ୍ମା ଭାବରେ ଶ୍ରୀବତ୍ସ ଶାସ୍ତ୍ରୀ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ସଚେତନ ମୁନି ଓ ସୁରେଶ୍ଵର ମୁନି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ କୁ ସଭାପତି ଦେବରାଜ ବେହେରା  ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଯଜମାନ ଭାବରେ ବନ୍ଧପାଲି ଗ୍ରାମର ଶ୍ରୀଯୁକ୍ତ ଅନିଲ କୁମାର ସାହୁ  ଏବଂ ତାଙ୍କ ଧର୍ମପତ୍ନୀ ସୋନାଲୀ ସାହୁ ଯୋଗ ଦେଇଥିଲେ।

Ad..


ଏଠାରେ ଯଜ୍ଞ ଓ ପ୍ରବଚନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଖ ପାଖ ଅଞ୍ଚଳ ରୁ ଅନେକ ଶ୍ରଦ୍ଧାଳୁ ଯୋଗ ଦେଇ ଅଞ୍ଚଳ ର ତଥା ବିଶ୍ଵ ର ମଙ୍ଗଳ କାମନା କରି ଯଜ୍ଞ ରେ ଆହୁତି ପ୍ରଦାନ କରିଥିଲେ । ତେବେ ଏହି ପବିତ୍ର ଉତ୍ସବ ରେ ପାରାୟଣ ଗାୟିକା ଅମିତା ବାରିକ,ଲିଲି ନାୟକ ପ୍ରମୁଖ ଯୋଗଦେଇ ଭଜନ ପରିବେଷଣ କରିଥିବା ବେଳେ ପ୍ରବଚକ ସାରଥୀ ସାହୁ ଓ ରବି ନାଗ ତାଙ୍କର ସୁନ୍ଦର୍ ମତାମତ ରଖିଥିଲେ । 

     Ad..


ବର୍ତମାନ ସାମାଜ ର ସ୍ଥିତି କୁ ଆଖି ଆଗରେ ରଖି ଲୋକ ମାନଙ୍କ ମନରେ ଆଧ୍ୟାତ୍ମିକ ଚିନ୍ତା ଚେତନା କୁ ଜାଗ୍ରତ କରିବା ପାଇଁ ହେଲେ ଏଭଳି ସବୁ କାର୍ଯ୍ୟକ୍ରମ କୁ ଗ୍ରାମାଞ୍ଚଳ ରେ ଆହୁରି ଅଧିକ ମାତ୍ରା ରେ କରିବା ପାଇଁ ଅନୁରୋଧ କରିଥିଲେ ଯାହା ଫଳ ରେ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ । 

ତେବେ ଦୀର୍ଘ ୨ ବର୍ଷ ହେବ ଏଠାରେ ସଂକ୍ରାନ୍ତି ପାଳନ ଅବସରରେ ବୈଦିକ ଯଜ୍ଞ କରି ଆସୁଥିବାରୁ ଆଗାମୀ ଦିନରେ ଏହି ଅଞ୍ଚଳରେ ଆଧ୍ୟାତ୍ମିକ ଜ୍ଞାନର ବୃଦ୍ଧି ପାଇଁ ଆହୁରି ଅନେକ ଗୁଡ଼ାଏ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସମିତିର ମୁଖ୍ୟ ପରିଚାଳକ ଶ୍ରୀ ଗୋବର୍ଦ୍ଧନ ସଂସ୍କୃତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଆଚାର୍ଯ୍ୟ ଭରତ ଶାସ୍ତ୍ରୀ ପ୍ରକାଶ କରିଥିଲେ। 

ଯଜ୍ଞ କାର୍ଯ୍ୟ ସମ୍ପନ୍ନ ପରେ ଉପସ୍ଥିତ ସମସ୍ତ ଭକ୍ତ ମାନେ  ପ୍ରସାଦ ସେବନ କରିଥିବା ବେଳେ ପରମାନନ୍ଦପୁର ଗ୍ରାମର ଯୁବକ ମାନେ ତଥା କୀର୍ତ୍ତନ ମଣ୍ଡଳୀର ସମସ୍ତ ସଦସ୍ୟ ଓ ଆଖପାଖ ଗ୍ରାମ ତଥା ଜୁବାଖୋଲ,କୁଲିଆରି,କେନ୍ଦୁମାଲ, ଡଙ୍ଗରମୁଣ୍ଡା ଓ କଟାବାହାଲ ଗ୍ରାମର ଶ୍ରଦ୍ଧାଳୁ ମାନେ ଯୋଗ ଦେଇ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ । ପରିଶେଷରେ ସମିତି ର ସମ୍ପାଦକ ଶ୍ରୀଯୁକ୍ତ ଗାର୍ଗବ ବଢେଇ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ  ।



Report: Bijay ku sahu

Edited by k.s thakur...

Post a Comment

Previous Post Next Post