ଆସନ୍ତା ଜାନୁୟାରୀ ୨୨ରୁ ୨୬ ସର୍ବ ଭାରତୀୟ ଗୋଲଡେନ କ୍ରିକେଟ୍ କପ୍ ଆରମ୍ଭ...
ବରଗଡ଼,୧୪/୦୧ : ବରଗଡ଼ ଜିଲ୍ଲା ପଦ୍ମପୁର ଅଂଚଳର ପ୍ରତିଷ୍ଠିତ ସର୍ବ ଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆସନ୍ତା ଜାନୁୟାରୀ ୨୨ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଘୋଷଣା ହୋଇଛି।
Ad..
ପ୍ରତିବର୍ଷ ଭଲି ଏଥର ମଧ୍ୟ ୧୨ ତମ ଗୋଲଡେନ ଷ୍ଟାର କ୍ରିକେଟ କପ୍ ୨୦୨୫ ଖଇରପାଲି ହାଇସ୍କୁଲ ଖେଲ ପଡ଼ିଆ ଠାରେ ଅନୁଷ୍ଠିତ ହେବ । ଏଥିରେ ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ ବିଜେତା ଦଳକୁ ୧ ଲକ୍ଷ ନଗଦ ରାଶି ସହ ଗୋଲଡେନ ଷ୍ଟାର ଟ୍ରଫି ଓ ଉପ ବିଜେତା ରନରସ୍ ଅପ ଦଳ କୁ ୬୦ ହଜାର ନଗଦ ରାଶି ସହ ଟ୍ରଫି ପ୍ରଦାନ କରାଯିବ।
Ad..
ଆସନ୍ତା ଜାନୁୟାରୀ ୨୨ ତାରିଖ ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ରହିଥିବା ୧୨ ତମ ଗୋଲଡେନ ଷ୍ଟାର ଟ୍ରଫି ରେ ଓଡ଼ିଶା ର ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ଢେଙ୍କାନାଳ, ଭଦ୍ରକ, ଭୁବନେଶ୍ଵର, ତାଳଚେର, ରାଉରକେଲା ସମେତ ଝାରଖଣ୍ଡ, ଛତିଶଗଡ଼, ବିହାର ପାଟଣା ର ଖେଲାଲି ଅଂଶଗ୍ରହଣ କରୁଥିବା ବେଳେ ଜାନୁୟାରୀ ୨୨ ଓ ୨୩ ପ୍ରଥମ ଗୃପ ଏବଂ ୨୪ ଓ ୨୫ ତାରିଖ ଦ୍ବିତୀୟ ଗୃପ ମଧ୍ୟ ରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ୨୬ ତାରିଖ ଦିନ ୧୦ ଘଣ୍ଟା ସମୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଗୋଲଡେନ ଷ୍ଟାର କ୍ରିକେଟ ଖଇରପାଲି ତରଫରୁ ଘୋଷଣା କରାଯାଇଛି।
Ad..
ବୁଢ଼ା ସମ୍ବର ଅଂଚଳ ରେ ପ୍ରତିଷ୍ଠିତ ହୋଇଥିବାର ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ସମୟରେ ଖେଳାଳି ମାନଙ୍କୁ ମୋବାଇଲ, ସାଇକେଲ ସହ ନଗଦ ରାଶି ମଧ୍ୟ ପ୍ରଦାନ କରାଯିବ। ଦିର୍ଘ ୧୧ ବର୍ଷ ଧରି ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ଓଡ଼ିଶା ମଧ୍ୟରେ ପରିଚିତ ହୋଇ ପାରିଥିବାରୁ ରାଜ୍ୟ ର ବିଭିନ୍ନ ଅଂଚଳରୁ କ୍ରିକେଟ ପ୍ରେମୀଙ୍କ ପ୍ରବଳ ଜନସମାଗମ ହେବାର ଆଶଂକା ରହୁଛି।
Report : Bijay ku sahu
Edited by k.s thakur...
Tags:
all India cricket tournament
Bargarh
latest news
latest update
Odisha
odisha daily current affairs




