ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...
ଭୁବନେଶ୍ୱର,୧୦/୦୧ : ଜନତା ମଇଦାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ପ୍ରବାସୀ ଭାରତୀୟ ଦିବସର ତୃତୀୟ ତଥା ଅନ୍ତିମ ଦିନ । ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଗ୍ୟାଲେରିର ଷ୍ଟଲ ବୁଲି ଦେଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
Ad..
ଏହା ସହ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହ ୨୭ ଜଣଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି। ୨୪ଟି ଦେଶରୁ ୨୭ ଜଣଙ୍କୁ ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ମାନିତ କରାଯାଇଛି ।
Ad..
ଭାରତ ବାହାରେ ରହି ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ରାଜନୀତି, ଲୋକ ସମ୍ପର୍କ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପ୍ରବାସୀ ଭାରତୀୟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦକ ଓ ମାନ ପତ୍ର ଦେଇ ସମ୍ମାନିତ କରିଛନ୍ତି ।
Ad..
ସେମାନଙ୍କ ମଧ୍ୟରୁ ଆମେରିକାରେ ରହୁଥିବା ଓଡ଼ିଆ ପ୍ରବାସୀ ରବି କୁମାର ଏସ୍ ପୁରସ୍କାର ଗ୍ରହଣ କରିଛନ୍ତି ।ପ୍ରବାସୀ ଭାରତୀୟ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା କରିବା ସହ ପ୍ରବାସୀ ଭାରତୀୟଙ୍କ ପାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଆପଣମାନଙ୍କ ସଫଳତା ପାଇଁ ଭାରତ ଗର୍ବିତ ଅନୁଭବ କରେ।
ଲକ୍ଷଲକ୍ଷ ଲୋକ ଆପଣମାନଙ୍କୁ ଆଦର୍ଶ ମନେକରନ୍ତି । NRIମାନଙ୍କ ପାଇଁ ଭାରତ ସରକାର ଯୋଜନା କରିଛନ୍ତି ।
Edited by k.s thakur...
Tags:
Bhubaneswar
latest news
latest update
odisha daily current affairs
pravasi bharatiya Divas
president of India
smt.Dropadi Murmu
today




