କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟିଂ ବାତିଲ...
ଝାରସୁଗୁଡ଼ା,୧୦/୦୧ : ବହୁଚର୍ଚ୍ଚିତ କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଆଜି ଦିନ ସାଢେ଼ ୧୦ଟାରେ ଭୋଟିଂ ହେବାର ଥିଲା।
Ad..
ଏଥିପାଇଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଅଧ୍ୟକ୍ଷତା କରିବାକୁ ଥିବା ପିଏ ଆଇଟିଡିଏ, ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା କିର୍ମିରା ତହସିଲଦାର, ପୁଲିସ ଉପସ୍ଥିତ ହୋଇଥିଲେ। କିନ୍ତୁ ଦିନ ୧୧ଟା ଯାଏଁ କୌଣସି ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ନହେବାରୁ ବୈଠକ ବାତିଲ କରାଯାଇଥିଲା ଓ ଭୋଟିଂ ପାଇଁ ଯାଇଥିବା ଅଧିକାରୀମାନେ ଫେରି ଯାଇଥିଲେ।
Ad..
ସେପଟେ, ଏହି ଘଟଣା ପରେ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ନେତୃତ୍ୱରେ ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଅନୈତିକ ଓ ଅଗଣତାନ୍ତ୍ରିକ ଉପାୟରେ ପୁଲିସ ଏହି ଭୋଟିଂ ବନ୍ଦ କରିବାକୁ ଉଦ୍ୟମ କରିଥିବା ବିଜେଡି ଅଭିଯୋଗ କରିଛି।
Ad..
ବିନା ପ୍ରମାଣ, ଅଭିଯୋଗରେ ଭାଇ ବିଶାଳ ଦାସ ଓ ପିଆରଆଇ ସଦସ୍ୟଙ୍କୁ ଗତକାଲିଠାରୁ ଛତିଶଗଡ଼ରେ ଅଟକ ରଖାଯାଇଥିବା ଦୀପାଳି ଅଭିଯୋଗ କରିଛନ୍ତି।
Edited by k.s thakur...
Tags:
anastha prastab batil
chairman
jharsuguda
kirmira panchayat
latest news
latest update
odisha daily current affairs
politics




