ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ପଦ୍ମପୁର ରୁ ନୃସିଂହନାଥ ସାଇକେଲ ଯାତ୍ରା...
ପଦ୍ମପୁର,୧୦/୦୧ : ପଶ୍ଚିମ ଓଡ଼ିଶାର ମୁକୁଟ ମଣି ତଥା ବରଗଡ଼ ଜିଲ୍ଲାର ପାଇକମାଳ ସ୍ଥିତ ନୃସିଂହନାଥ ଶୈବପୀଠ ବଲାଙ୍ଗୀର ଜିଲ୍ଲାରେ ଖପ୍ରାଖୋଲ ସ୍ଥିତ ହରିଶଙ୍କର ଦୁଇ ଲାଗି ରହି ଥିବା ପାହାଡ଼ ପର୍ବତ ପାଦ ଦେଶରେ।
Ad..
ଅଶି ଦଶକରେ ଜନଗଣ ଗନ୍ଧମାର୍ଦ୍ଦନକୁ ବଞ୍ଚାଇବା ପାଇଁ ଵାଲକୋ କମ୍ପାନୀକୁ ଘଉଡ଼େଇ ଦେଇଥିଲେ ବଡ ଜନ ଆନ୍ଦୋଳନ ମାଧ୍ୟମରେ। ସେ ସମୟର ଜନ ଆକ୍ରୋଶ ଓ ପ୍ରତିବଦ୍ଧତା ଦେଖି ଲାଗୁଥିଲା ଯେ ଆଉ କୌଣସି କମ୍ପାନୀ ଆଖି ଉଠେଇବାକୁ ମଧ୍ୟ ଚେଷ୍ଟା କରିବନି।
Ad..
କିନ୍ତୁ ଏ ଭିତରେ ଆଲୁମିନିୟମ ର ବଜାର ଆକାଶ ଛୁଇଁଛି। ଧନୀ ରାଷ୍ଟ୍ର ପାଇଁ ଆଲୁମିନିୟମ ଅମ୍ଳଜାନ ସଦୃଶ। ଆଲୁମିନିୟମ ଯଦି ନ ମିଳେ, ଭୁଶୁଡ଼ି ପଡ଼ିବ ତାଙ୍କର ସାମ୍ରାଜ୍ୟ। ତେଣୁ ଭାରତର ୭୫ ଭାଗ ବକ୍ସାଇଟ୍ ଥିବା ପଶ୍ଚିମ ଓଡ଼ିଶାର ଅନେକ ପାହାଡ଼/ ମାଳି ପଛେ ଠିଆ ହେଇଛନ୍ତି ଅନେକ କର୍ପୋରେଟ, ପାହାଡ ଭିତରେ ଥିବା କଲିଜା ଉପରେ ପୁଞ୍ଜିପତିଙ୍କ ଲାଳୁଆ ନଜର।
Ad..
ସେମାନେ ପୁଣି ଗନ୍ଧମାର୍ଦ୍ଦନ ପାହାଡ ତଳେ ହାଜର। ସେମାନେ ଜାଣନ୍ତି ଏ ଭିତରେ ସେମାନେ ବଜାରଗ୍ରସ୍ତ କରି ସାରିଛନ୍ତି ମଧ୍ୟବିତ୍ତଙ୍କୁ। ପ୍ରଶଂସା, ପୁରସ୍କାର, ଅଣରାଜନୈତିକତା ଓ ଆତ୍ମମୁଗ୍ଧତାର ମୋଦକ ଦେଇ ଢୁଲେଇ ଦେଇ ପାରିଛନ୍ତି ଲେଖକଙ୍କୁ। ଚତୁର ତାଲିମ୍ ଦେଇ ନିଜ ହାତବାରିସି କରି ପାରିଛନ୍ତି ପୋଲିସ ଓ ଅର୍ଦ୍ଧସୈନିକବଳଙ୍କୁ। କିଛି ଇଲେକ୍ଟରାଲ୍ ବଣ୍ଡ ଓ କିକ୍ ବେକ୍ ଦେଇ ଶାସକ ପ୍ରଶାସକ ମଙ୍ଗ ନିଜ ହାତକୁ ଆଣିଛନ୍ତି।
ଆଇନ ଛାତ୍ର ଆଶିଷ ଜ୍ୟୋତିଷ ଏହାର ପ୍ରତିଵାଦ ଯଵାଵ ରେ ପଦ୍ମପୁର ରୁ ନୃସିଂହନାଥ ସାଇକେଲ ଯାତ୍ରା କଲେ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ଓ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଚିଠି ଟିଏ ଦେଇଛନ୍ତି ।
Report : Bijay ku sahu
Edited by k.s thakur...
Tags:
cycle jatra
gandha mardan suraksha
latest news
latest update
nrusinghnath temple
odisha daily current affairs
padamapur




