ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ବାର୍ଷିକ ପୂଜା ଉତ୍ସବ...
ପାଇକମାଳ,୦୯/୦୧ : ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ଆଜି ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ ହୋଇଛି।ସର୍ବ ପ୍ରଥମେ ଘଣ୍ଟ ଶଙ୍ଖ ବୀରବାଦ୍ୟରେ ବିରାଟ ଶୋଭାଯାତ୍ରାରେ ନୃସିଂହନାଥ ସ୍ଥିତ ଚାଲଧାର ଝରଣାରୁ ୧୦୮ ଟି କଳସ ଶୋଭାଯାତ୍ରାରେ ଆଦିବାସୀ ପରମ୍ପରା ସହ ଆସି ନିଜ ଦେବୀ ପୀଠରେ ସ୍ଥାପନା କରିଥିଲେ।
Ad..
ବରିଷ୍ଠ ସାମାଜିକ କାର୍ଯ୍ୟକର୍ତ୍ତା ଗଜରାଜ ସିଂ ପୁଟା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ଖିତରାଜ ଗଏଁତା ପରିଚାଳନା କରିଥିଲେ।ସମାଜ ବରିଷ୍ଠ କାର୍ଯ୍ୟକର୍ତ୍ତା ଦୁର୍ଯୋଧନ ପୁଟା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।
Ad..
ପଦ୍ମପୁର,ପାଇକମାଳ,ଝାରବନ୍ଧ ଆଦି ଅଞ୍ଚଳର ଗୋଣ୍ଡ ସମାଜର ହାଜର ହଜାର ସଂଖ୍ୟାରେ ବରିଷ୍ଠ କର୍ମକର୍ତ୍ତା,ମହିଳା ଓ ପୁରୁଷ ଯୋଗ ଦେଇଥିଲେ।ଏହା ପରେ ସମାଜ ର ରୀତିନୀତି,ସାମାଜିକ ଚାଲିଚଲଣ,ଶିକ୍ଷା,ସ୍ବାସ୍ଥ୍ୟ,ବିବାହ ପ୍ରଥା, ନିଶା ନିବାରଣ ଆଦି ଉପରେ ଆଲୋଚନା କରାଯାଇଥିଲା।
Ad..
ଏହି ଅବସରରେ ସଭାପତି ଗଜରାଜ ସିଂ ପୁଟା, ରଞ୍ଜନ ମାଝୀ, ରୁପଧାର ନାଏକ, ଜଗରନାଥ ପୁଟା,ଲଷ୍ମୀଚନ ସିଦାର, ଚିତରଞ୍ଜନ ପୋରେ, ରମେଶ ଜଗତ, ସୋ ଭାରାମ ସିଦାର, ଲଷ୍ମୀସିଦାର, ଭାଗବତୀ ଆସିଂ ଦା ଓ,ଭୋଳାନାଥ ଜଗତ,,ଦୁର୍ଯ୍ୟୋଧନ ପୁଟା, ମଞ୍ଚାସୀନ ଥିଲେ। ଏଥିରେ ଉସତ ଧରୁଆ, ଶୋଭାରାମ ଧାରୁଆ, ବସନ୍ତ ଧାରୁଆ, ଜଗଦେବ ଧାରୁଆ, ଆଦି ଯୋଗ ଦେଇ ଥିଲେ ଶେଷରେ ଜୟ ସିଂ ଦାଉ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...
Tags:
akhil bhartiya Gondwana goun samaj
latest news
latest update
odisha daily current affairs
padamapur
paikmaal
puja




