ରାସନ କାର୍ଡ ଡେଡଲାଇନ୍: ୩୧ ଜାନୁଆରି ସୁଦ୍ଧା ଇ-କେୱାଇସି ଜରୁରୀ...

ରାସନ କାର୍ଡ ଡେଡଲାଇନ୍: ୩୧ ଜାନୁଆରି ସୁଦ୍ଧା ଇ-କେୱାଇସି ଜରୁରୀ...


ଭୁବନେଶ୍ୱର,୦୯/୦୧ : ରାସନ କାର୍ଡକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଡେଡଲାଇନ୍ । ୩୧ ଜାନୁଆରି ସୁଦ୍ଧା ଇ-କେୱାଇସି ଜରୁରୀ । ରାସକାର୍ଡ ସହିତ ଇ-କେୱାଇସି ଶେଷ ହେବା ପରେ ହିତାଧିକାରୀଙ୍କୁ ନୂତନ ରାସନକାର୍ଡ ପ୍ରଦାନ କରାଯିବ।

Ad..


ଇ-କେୱାଇସି ନକଲେ କଟିଯିବ ରାସନ୍ କାର୍ଡ ।  ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ନ କରନ୍ତି ତେବେ ସେ ହିତାଧିକାରୀ ମୃତ କିମ୍ବା ସେ ରାସନକାର୍ଡ ଚାହୁ ନାହାଁନ୍ତି ବୋଲି ଧରି ନିଆଯିବ ଏବଂ ନୂତନ କାର୍ଡ ପାଇଁ ପ୍ରକ୍ରିୟା ଆରମ୍ଭ ହେବ।

Ad..


ଏହା ସହ ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଏ ପର୍ଯ୍ୟନ୍ତ ୪୯ ଲକ୍ଷ ହିତାଧିକାରୀ ଇ-କେୱାଇସି କରି ନାହାଁନ୍ତି । ଯେଉଁମାନେ ବୟସାଧିକ୍ୟ କାରଣରୁ ଇ-କେୱାଇସି କରିନାହାନ୍ତି, ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ ଇ-କେୱାଇସି କରାଉଛନ୍ତି।ସେହିପରି ରାଜ୍ୟ ବାହାରେ ଥିବା ହିତାଧିକାରୀଙ୍କ ଇ-କେୱାଇସି ଅଧିକାରୀମାନେ କରୁଛନ୍ତି।

     Ad..




Edited by k.s thakur...


Post a Comment

Previous Post Next Post