ସାଲେପଡା ବିଦ୍ୟାଳୟରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ...
କଣ୍ଟାବାଞ୍ଜି,୦୯/୦୧ : ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା ଆଞ୍ଚଳିକ କେନ୍ଦ୍ର ଅଧିନସ୍ଥ ସାଲେପଡା ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ହୋଇଥିଲା।
Ad..
ଏହି ଉତ୍ସବରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଖେଳ ଯଥା ବେଙ୍ଗ ଡିଆଁ,ରଶି ଡିଆଁ, ବଲ ଫିଙ୍ଗା,ଦୌଡ଼ ରେ ଅଂଶ ଗ୍ରହଣ କରିଥିଲେ।କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ପାଇଁ ଏକ ସଭା ଆୟୋଜନ କରାଯାଇଥିଲା।
Ad..
ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈଷ୍ଣବ ବେହେରା ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି,ମୁଖ୍ୟ ଅତିଥି, ତୁରେକେଲା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ, ମୁଖ୍ୟ ବକ୍ତା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୂର୍ଯ୍ୟକାନ୍ତ ରଣା, ମାନ୍ଦଲା ସିଆରସିସି ଧନସିଂ ମାଝୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।
Ad..
କ୍ରୀଡ଼ା ସମସ୍ତଙ୍କୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ବୋଲି ଅତିଥି ବୃନ୍ଦ ମତ ଦେଇଥିଲେ।ତାପରେ କୃତି ଖେଳାଳି ମାନଙ୍କୁ ପ୍ରମାଣ ପତ୍ର ଓ ପଦକ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ କୃଷ୍ଣଚନ୍ଦ୍ର ରଣା,ସୁରେଶ ଭୋଇ,ତାରା ପ୍ରଧାନ,ସୀମା ଭୋଇ,ସଭାପତି ରାଜେନ୍ଦ୍ର ସିପକା,ଈଶ୍ୱର ମାହାର,ରୁଦ୍ରଧର ହେର୍ଣା ସମେତ କମିଟି ଓ ଗ୍ରାମବାସୀ ସହଯୋଗ କରିଥିଲେ।
Edited by k.s thakur...




