ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେବାକୁ ଭୁବନେଶ୍ଵରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ...
ଭୁବନେଶ୍ୱର,୦୮/୦୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାତି ପ୍ରାୟ ୮ଟା ୧୫ ମିନିଟରେ ଭୁବନେଶ୍ଵରରେ ପହଞ୍ଚିଛନ୍ତି। ଏକ ସ୍ଵତନ୍ତ୍ର ବିମାନ ଯୋଗେ ମୋଦୀ ବିମାନବନ୍ଦରରେ ପହଞ୍ଚିଥିଲେ।
Ad..
ବିମାନବନ୍ଦର ବାହାରେ ରାସ୍ତାପାର୍ଶ୍ବରେ ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ ପାଇଁ ପାରମ୍ପରିକ ବାଦ୍ୟ ଓ ନୃତ୍ୟର ଆୟୋଜନ କରାଯାଇଥିଲା। ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିବେ। ଏଥିପାଇଁ ସେ ଓଡ଼ିଶା ଆସିଛନ୍ତି।
Ad..
ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ମୋଦୀ ରାଜଭବନକୁ ଯାଇଛନ୍ତି। ସେଠାରେ ରାତ୍ରିଯାପନ କରିବେ। ୯ ତାରିଖ ପୂର୍ବାହ୍ନ ୯ଟା ୪୫ରେ ସେ ରାଜଭବନରୁ ବାହାରି ଜତନା ମଇଦାନ ଅଭିମୁଖେ ଯିବେ।
Ad..
ସେଠାରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିବେ। ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ସେ ପ୍ରବାସୀ ଭାରତୀୟମାନଙ୍କ ସହିତ ସମୟ ବିତାଇବେ। ଏହା ପରେ ପୂର୍ବାହ୍ନ ୧୧ଟା ୫୫ ମିନିଟରେ ଦିଲ୍ଲୀ ଫେରିଯିବେ।
Edited by k.s thakur...
Tags:
arrive
Bhubaneswar
latest news
latest update
Odisha
odisha daily current affairs
pm modi
pravasi bharatiya Divas




