ଜାନୁଆରୀ ଶେଷ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀପର ପରିଡ଼ା...
ଭୁବନେଶ୍ୱର,୧୭/୦୧ : ଚଳିତ ମାସ ଶେଷ ସୁଦ୍ଧା ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିସାରିଥିବା ବେଳେ ଜାନୁଆରୀ ଶେଷରେ ଚତୁର୍ଥ ପର୍ଯାୟ ଟଙ୍କା ମିଳିବ ବୋଲି କହିଛନ୍ତି ପ୍ରଭାତୀପର ପରିଡ଼ା।
Ad..
ସେ କହିଛନ୍ତି ଏଯାବତ୍ ସୁଭଦ୍ରାରେ ୧୭ ହଜାର ମହିଳା ପୁଣି ସାମିଲ୍ ହୋଇଛନ୍ତି । କେହି ବି ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବନି । ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ପରେ ମଧ୍ୟ କେୱାଇସି ଅପଡେଟ କଲେ କିମ୍ୱା ଅପ୍ଟ ଇନ କଲେ ଯୋଜନାରେ ସାମିଲ ହୋଇ ପାରିବେ ହିତାଧିକାରୀ।
Ad..
ଉପମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଯେ, ଅପଟ୍ ଆଉଟ ହୋଇଥିବା ୧୭ ହଜାର ମହିଳା ପୁଣିଥରେ ସୁଭଦ୍ରାରେ ମିଶିଛନ୍ତି। ସମୁଦାୟ ୩୧ ହଜାର ଅପଟ ଆଉଟ୍ ହୋଇଥିଲେ । ବର୍ତ୍ତମାନ ୧୭ ହଜାର ପୁନଃ ସାମଲ ହୋଇଛନ୍ତି।
Ad..
ବାକି ୧୪ ହଜାର ମହିଳା ଅପଟ୍ ଇନ୍ କରିନପାରନ୍ତି ବୋଲି ସେ କହିଛନ୍ତି । ସେମାନେ ଆୟକର ବର୍ଗର ହୋଇଥାଇପାରନ୍ତି। ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ମହିଳା କେଓ୍ବାଇସି ଅପଡେଟ୍ କରିନାହାନ୍ତି । ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ କେଓ୍ବାଇସି ଅପଡେଟ୍ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
Edited by k.s thakur...
Tags:
Bhubaneswar
deputy cm Odisha
latest news
latest update
odisha daily current affairs
prabhati parida
Subhadra yojana




