୨୯ ତମ ସର୍ବ ଭାରତୀୟ ବୋରାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ : ଦ୍ଵିତୀୟ ଗ୍ରୁପ ର ତୃତୀୟ ମ୍ୟାଚ ରାଜମଣ୍ଡ୍ରି ଓ ପାଟଣା ମଧ୍ୟ୍ୟରେ...
ବରଗଡ଼/ପଦ୍ମପୁର,୧୭/୦୧ : ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ 29 ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ସପ୍ତମ ଦିବସର ଦ୍ଵିତୀୟ ଗ୍ରୁପର ତୃତୀୟ ମ୍ୟାଚରେ ଆଜି ରାଜା ୱାରିଅର ରାଜମଣ୍ଡ୍ରି ଓ ରୋୟଲ 11 ପାଟଣା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।
Ad..
ପାଟଣା କ୍ରିକେଟ ଦଳ ଟସ ଜିଣି ରାଜମଣ୍ଡ୍ରି ଦଳକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ଓ ରାଜମଣ୍ଡ୍ରି ଦଳ ନିର୍ଦ୍ଧାରିତ 28.4 ଓଭରରେ ସମସ୍ତେ ବିକେଟ ହରାଇ 174 ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ମନୀକାନ୍ତ 39 ବଲ ରେ 40 ରନ ଓ ପ୍ରସନ୍ନ 32 ବଳ ରେ 32 ରନ କରିଥିଲେ।
Ad..
ପାଟଣା ପକ୍ଷରୁ ଆକାଶ ରାଜ 20ରନ ଦେଇ 4 ଟି ବିକେଟ ନେଇଥିଲେ। ତାର ଜବାବରେ ପାଟଣା ଦଳ 25 ଓଭରରେ ସମସ୍ତ ବିକେଟ ହରାଇ 129 ରନ କରି ପରାସ୍ତ ହୋଇଥିଲେ , ପାଟଣା ଦଳ ପକ୍ଷରୁ ଅଫସର କ୍ୟୁରେସୀ 55 ବଳରେ 66 ରନ ସଂଗ୍ରହ କରିଥିଲେ। ରାଜମଣ୍ଡ୍ରି ଦଳ ପକ୍ଷରୁ ଲିଖିତ 3 ଟି ବିକେଟ ଓ ପ୍ରସନ୍ନ 2 ଟି ବିକେଟ ନେଇଥିଲେ।
Ad..
ଫଳରେ 45 ରନ ରେ ରାଜମଣ୍ଡ୍ରି ଦଳ ବିଜୟୀ ହୋଇଥିଲେ। ଆଜିର ମ୍ୟାଚର ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ଯୋଗଦାନ ଦେଇ ମେନ୍ ଅଫ ଦି ମ୍ୟାଚ ଭାବରେ ରାଜମଣ୍ଡ୍ରି ଦଳର ପ୍ରସନ୍ନ କୁ ପୁରସ୍କୃତ କରିଥିଲେ।
ଆଜିର ମ୍ୟାଚ କୁ ଅମ୍ପାୟାର ଅମୀୟ ଭୂଷଣ ସାହୁ ଏବଂ ବିଶ୍ୱମ୍ଭର ମହାକୁର ପରିଚାଳନା କରିଥିବା ବେଳେ ସ୍କୋରର ଅମରେଶ ବେହେରା, ରିଙ୍କୁ ବରିହା ଓ ରୋହିଣି ପାଣ୍ଡେ,କୁମାର ଆନନ୍ଦ, ବିକାଶ କୁମ୍ଭାର, ଦିବ୍ୟ ପଣ୍ଡା ପ୍ରମୁଖ ମ୍ୟାଚ ର ଧାରାବିବରଣୀ ପ୍ରଦାନ କରିଥିଲେ।ଆସନ୍ତା କାଲି ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ରାଜା୍ୱାରିଅର ରାଜମଣ୍ଡ୍ରି ଓ ବ୍ଲୁ ଡାଇମଣ୍ଡ ବରଗଡ ମଧ୍ୟରେ ଅନୁଷ୍ଠିତ ହେବ।
Report : Bijay ku sahu
Edited by k.s thakur...
Tags:
all India borasambar cricket tournament
Bargarh
latest news
latest update
odisha daily current affairs
padamapur




