ଜିଲ୍ଲା କଂଗ୍ରେସ ର ପ୍ରତିନିଧି ମଣ୍ଡଳୀ ପୀଡ଼ିତା ପରିବାର ବର୍ଗ ଙ୍କୁ ସାକ୍ଷାତ କରି ସମବେଦନା ଜଣାଇଲେ...

ଜିଲ୍ଲା କଂଗ୍ରେସ ର ପ୍ରତିନିଧି ମଣ୍ଡଳୀ ପୀଡ଼ିତା ପରିବାର ବର୍ଗ ଙ୍କୁ ସାକ୍ଷାତ କରି ସମବେଦନା ଜଣାଇଲେ...


(ତ୍ୱରିତ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ ର ଚେତାବନୀ)

ବରଗଡ଼,୧୭/୦୧ :- ଆଜି ଜିଲ୍ଲା କଂଗ୍ରେସ କମିଟିର ଏକ ପ୍ରତିନିଧି ମଣ୍ଡଳ ପୀଡିତାଙ୍କ ପରିବାରଙ୍କୁ ସାକ୍ଷ୍ୟାତ କରିବା ସହିତ ସମବେଦନନା ଜଣେଇଥିଲେ। 

          Ad..


ଜିଲ୍ଲା କଂଗ୍ରେସ କମିଟିର ସଭାପତି ହରଦୀପ ସିଂ ଙ୍କ ନେତୃତ୍ୱରେ ପୀଡ଼ିତାଙ୍କ ମାଁ ଏବଂ ପରିବାର ବର୍ଗଙ୍କ ସହ ଘଟଣା ଦିନରୁ ବର୍ତମାନ ପର୍ଯ୍ୟନ୍ତ ଘଟିଥିବା ସମସ୍ତ ବିଷୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ବୁର୍ଲା ରେ ଚିକିତ୍ସିତ ହେଉଥିବା ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ତାର ସ୍ଥିତି ବିଷୟରେ ଅବଗତ ହୋଇଥିଲେ। 

Ad..


ଦଳ ପକ୍ଷରୁ ପରିବାରବର୍ଗଙ୍କୁ ସମସ୍ତ ପ୍ରକାର ନ୍ୟାୟିକ ପ୍ରକ୍ରିୟାରେ ସାହାଯ୍ୟ ଓ ସହଯୋଗ କରାଯିବ ବୋଲି ଦୃଢ ପ୍ରତିଶୃତି ଦିଆଯାଇଥିଲା। ଉକ୍ତ ଘଟଣା ବିଷୟରେ ଦଳ ପକ୍ଷରୁ ପୋଲିସର କାର୍ଯ୍ୟବିଧି ଉପରେ ଅସନ୍ତୋଷ ବ୍ୟକ୍ତ କରାଯିବା ସହ ଖୁବ ଶୀଘ୍ର ବରଗଡ଼ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷ୍ୟାତ କରି ଘଟଣାଟି ଏକ ସମ୍ବେଦନଶୀଳ ବିଷୟ ହୋଇଥିବାରୁ ଏହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଭାବରେ ଗ୍ରହଣ କରି ବିଧିବଦ୍ଧ ପଦକ୍ଷେପ ନେବାସହ ତଦନ୍ତ ପ୍ରକ୍ରିୟାକୁ ଶୀଘ୍ରତା ଦେବା ସହ ଏହି ଘଟଣାରେ ସମ୍ପୃକ୍ତ ଦୋଷୀ ମାନଙ୍କ ବିରୁଦ୍ଧରେ ଯଥାଶୀଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯିବ।

     Ad..


ପୋଲିସ ଯଦି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ନକରେ ତେବେ ଦଳ ପକ୍ଷରୁ ଆନ୍ଦୋଳନର ଚେତାବନୀ ଦିଆଯାଇଛି । 

ଏହି ପ୍ରତିନିଧି ମଣ୍ଡଳରେ ଶ୍ରୀ ସିଂ ଙ୍କ ସମେତ  ଅନନ୍ତ ଶୟନ ପାଢ଼ୀ , ନିପନ ଦାଶ , ବ୍ରହ୍ମାନନ୍ଦ  ମହାକୁଡ, ଅଭିଷେକ ସେଟ୍,ସରୋଜ ସଡଙ୍ଗୀ, ରବିନାରାୟଣ ପଣ୍ଡା, ପ୍ରତାପ ନାୟକ, ସୁଶୀଲ ଭୋଇ,ସୁଧୀର ଜେନା, ମାତିଲାଲ ଦାଶ, ପଞ୍ଚାନନ ମିଶ୍ର, ବିମଳ ଦାଶ, ସୁନିତା ବାଗ, ନୀଳିମା ଅଗ୍ରୱାଲ, ମାନସ ଦାସ, ରଞ୍ଜନ ସେଠ, ଦେବୁ ସ୍ୱାଇଁ, ଉମାକାନ୍ତ ଭୋଇ, ବିରାଟ ପଧାନ, କୃଷ୍ଣ ସାହୁ, ଅନନ୍ତ ଧଳ ପ୍ରମୁଖଙ୍କ ସହିତ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ରହି ପୀଡିତା ପରିବାରଙ୍କୁ ସମବେଦନା ଜଣାଇଥିଲେ। 

ଇତିମଧ୍ୟରେ ମହିଳା କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳ ପୀଡ଼ିତାଙ୍କୁ ଭୀମସାର ଚିକିତ୍ସାଳୟରେ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝି ଫେରିଛନ୍ତି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post