ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଛାତ୍ର ଛାତ୍ରୀ ଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା...
ବରଗଡ଼/ପଦ୍ମପୁର,୧୭/୦୧ : ପଦ୍ମପୁର ଉପଖଣ୍ଡ ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହ ରେ ପାଳନ କରିବା ପାଇଁ ପଦ୍ମପୁର ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ବିଭିନ୍ନ ପ୍ରତିଯୋଗୀତା ମାନ ଅନୁଷ୍ଠିତି ହୋଇ ଯାଇଛି ।
Ad..
ସ୍କୁଲ ଓ କଲେଜଗୁଡିକର ଛାତ୍ର,ଛାତ୍ରୀ ମାନଙ୍କୁ ନେଇ ନୃତ୍ୟ,ସଂଗୀତ ,ତର୍କ, ଚିତ୍ରାଙ୍କନ ପ୍ରତିଯୋଗିତାମାନ ଆୟୋଜନ କରାଯାଇଛି । ୪ର୍ଥ , ୫ମ ଶ୍ରେଣୀ ରୁ ୬ଷ୍ଠ ରୁ ୮ମ ଚିତ୍ରାଙ୍କନ ପ୍ରତିଯୋଗିତା। ୯ମ ଓ ୧୦ମ ଶ୍ରେଣୀ ଓ ଉଚ୍ଚ ମାଧ୍ୟମିକସ୍ତର,+୩(ସ୍ନାତକ)ସ୍ତରରେ ଇଂରାଜୀ ତର୍କ ପ୍ରତିଯୋଗିତା।
Ad..
ଅପରାହ୍ନ ୩ଘ ୩୦ମି ସମୟରୁ,ରୁ୪ର୍ଥ ଓ ୫ମ ଶ୍ରେଣୀ ରୁ ଯୁକ୍ତ ୩(ସ୍ନାତକ)ପର୍ଯ୍ୟନ୍ତ ସ୍ଥାନୀୟ ରାଜବୋରାସମ୍ବର ହାଇସ୍କୁଲ ଠାରେ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗତାମାନ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତା ଗୁଡିକକୁ ମାର୍ଗଦର୍ଶିକା କମିଟି ପରିଚାଳନା କରିଥିଲେ।
Ad..
ପ୍ରତିଯୋଗିତା ର ବିଚାରମଣ୍ଡଳୀ ରେ ଚିତ୍ରାଙ୍କନ ପାଇଁ ୩ଜଣ , ଇଂରାଜୀ ତର୍କ ପାଇଁ ୩ ଜଣ, ଓଡ଼ିଆ ପ୍ରବନ୍ଧକ ପାଇଁ ୩ ଜଣ ବିଚାରକ ମଣ୍ଡଳୀ ଗଠିତ ହୋଇ ମାର୍ଗଦର୍ଶିକା କମିଟି ପରାମର୍ଶକ୍ରମେ ସମସ୍ତ କାର୍ଯ୍ୟକ୍ରମ ଗୁଡ଼ିକ ପରିଚାଳିତ କରି ପ୍ରତିଯୋଗୀଚୟନ ସମାପନ କରିଥିଲେ।
ଆସନ୍ତା ଜାନୁୟାରୀ ୨୬ ତାରିଖ ଦିନ ମୁଖ୍ୟ ଅତିଥି ସମସ୍ତ ଉତିର୍ଣ ପ୍ରତିଯୋଗି ଙ୍କୁ ପୁରସ୍କୃତ କରିବାର କାର୍ଯକ୍ରମ ରହିଛି। ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
Report : Bijay ku sahu
Edited by k.s thakur...
Tags:
Bargarh
latest news
latest update
odisha daily current affairs
padamapur
preparation
republic day 2025




