ରଞ୍ଜନ ସାଗରଙ୍କୁ ଇଣ୍ଟରନେସନାଲ ଆଇକନ ଆୱାର୍ଡ -2024...
ବରଗଡ଼,୧୮/୦୧ : ବରଗଡ ଜିଲ୍ଲାର ଗୁଦେର ପାଲି ଗ୍ରାମ ର ରଞ୍ଜନ ସାଗର ଯିଏ କି ଏକାଧାରରେ ଜଣେ ବହୁଭାଷୀ କବି ,ହାସ୍ୟଲେଖକ,ଗୀତିକାର ଏବଂ ସାମାଜିକ କର୍ମୀ ଭାବରେ ବେଶ ପରିଚିତ।
Ad..
ତାଙ୍କର ଅଭିନଵ ଲେଖା ମାଧ୍ୟମରେ ଆନ୍ତର୍ଜାତିକ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଟିଏ ତିଆରି କରିସାରିଲେଣି ତାଙ୍କର ଲେଖା ବିଦେଶୀ ସାହିତ୍ୟିକ ପତ୍ରିକା ଇଟାଲୀ, ୟୁଏସଏ, ଜର୍ମାନୀ, ସ୍ପେନ, ବୋସନିଆ, ହର୍ଜେଗୋଭିନା ତଥା ଚୀନ, ନିୟୁଅର୍କ, ଢାକା, ବାଂଲାଦେଶ ଖବର କାଗଜରେ ତାଙ୍କରି ଲିଖିତ ଇଂରାଜୀ କବିତା ସ୍ଥାନ ପାଇକି ତାହା ବିଶ୍ୱ ପ୍ରଗତୀ କ୍ଷେତ୍ରରେ ସହାୟ।ତାଙ୍କର ଏହି ଅତୁଳନୀୟ ଅବଦାନ ପାଇଁ ଇଣ୍ଟରନେସନାଲ ୱାଲର୍ଡ଼ ରେକର୍ଡସ ତରଫରୁ ରଞ୍ଜନ ସାଗର ଙ୍କୁ ଇଣ୍ଟରନେଶନାଲ ଆଇକନ ଆୱାର୍ଡ -2024 ପ୍ରଦାନ କରାଯାଇଅଛି।
Ad..
ତାଙ୍କର କାହାଣୀ ଲେଖା ରେ ଏକ ଗଭୀର ଉତ୍ସାହ ଏବଂ ସାମାଜିକ ପ୍ରଗତି ପାଇଁ ପ୍ରତିବଦ୍ଧତା।ରଞ୍ଜନ ଉଭୟ ଲେଖନୀ ଏବଂ ସେବାରେ ନିଆରା ଭୂମିକା ଗ୍ରହଣ କରିଛନ୍ତି। ତାଙ୍କର କବିତା ହେଉ କି ବ୍ୟଙ୍ଗ କାହାଣୀ ତାହା କେବଳ ଲୋକଙ୍କର ମନୋରଞ୍ଜନ ପାଇଁ ସୀମିତ ନୁହେଁ ବରଂ ଏହା ଅନେକ ବ୍ୟକ୍ତି ବିଶେଷ ଙ୍କୁ ପ୍ରେରଣା ଯୋଗାଇଥାଏ।
Ad..
ତାଙ୍କର ଲେଖନୀ ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବା ଟା ତାଙ୍କର ଲେଖନୀରୁ ପ୍ରତିପାଦିତ ହୁଏ। ରଞ୍ଜନ ପଶ୍ଚିମାଞ୍ଚଲ ର ନାମିଦାମୀ ପ୍ରଯୋଜକ ସଂସ୍ଥା -ପାଣିନୀ ପ୍ରାଜ୍ଞ ପ୍ରଡକ୍ସନ,ଯୋଯୋ ଯେ 5 ପ୍ରଡକ୍ସନ, ମି. ଡୋଲୁ କମେଡି, ମି. ଚାନ୍ଦ କମେଡି ଆଦି ସୁନାମଧନ୍ୟ ପ୍ରଡକ୍ସନ ରେ ହାସ୍ୟ ଲେଖକ ଭାବରେ କାମ କରିଛନ୍ତି।
ଲେଖନୀ ବ୍ୟତୀତ ସେ ସମାଜରେ ଅବହେଳିତ ନିଷ୍ପେସିତ ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ କରିବା ଲକ୍ଷ୍ୟ ନେଇ ସମାଜ ସେବା କାର୍ଯ୍ୟ ମଧ୍ୟ କରନ୍ତି। ନିଜର ଲେଖା ପାଇଁ ସେ ପଶ୍ଚିମ ଓଡିଶା ଓଡିଶା ତଥା ଭାରତ ବାହାର ଦେଶ ଦକ୍ଷିଣ ଆଫ୍ରିକା, କେନିଆ, ଚିତାଗଙ୍ଗ ଦେଶରେ ସାହିତ୍ୟ କ୍ଷେତ୍ରର ଅବଦାନ ପାଇଁ ସମ୍ମାନିତ ମଧ୍ୟ ହୋଇଅଛନ୍ତି।
Report : Bijay ku sahu
Edited by k.s thakur...
Tags:
Bargarh
international icon award
latest news
latest update
odisha daily current affairs
ranjan Sagar




