କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀ ଏକ ଦିବସୀୟ ତାଲିମ୍ ଶିବିର...

କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀ ଏକ ଦିବସୀୟ ତାଲିମ୍ ଶିବିର...      


   
କଣ୍ଟାବାଞ୍ଜି,୧୮/୦୧ : ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଚଳିତ ମାସ ର କଣ୍ଟାବାଞ୍ଜି ସହରାଞ୍ଚଳ ଆଞ୍ଚଳିକ ସାଧନ କେନ୍ଦ୍ର ର ସମସ୍ତ ସରକାରୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇ ଅଛି।

            Ad..


ଉକ୍ତ ତାଲିମ୍ ରେ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସ୍ୱାଗତ ଜଣାଇ ଆଜିକାର ସଭା କାର୍ଯ୍ଯ ଆରମ୍ଭ କରି ଥିଲେ।ତୁରେକେଲା ବ୍ଲକ୍ ଅତିରିକ୍ତ ଶିକ୍ଷା ଅଧିକାରୀ ଫକିର ଚରଣ ବିଶି ଦୀପ ପ୍ରଜ୍ୟୋଲନ କରି ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଅଭିଭାଷଣ ଦେଇ ଥିଲେ।

Ad..


ବୈଠକ ରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କିତ ବିଷୟ ବସ୍ତୁ, ମାନ ନିର୍ଦ୍ଧାରଣ ଫର୍ଦ୍ଦ ପୁରଣ, ନିପୁଣ ଓଡିଶା କାର୍ଯ୍ୟ କ୍ରମ, ଆପାର୍ ଆଇଡି ଖୋଲିବା ଇତ୍ୟାଦି ଆଲୋଚନା ହୋଇଥିଲା। 

     Ad..


ଆଜି ବୈଠକ ରେ ପ୍ରଧାନ ଶିକ୍ଷକ ଅଶୋକ ତରିଆ ଶିକ୍ଷୟିତ୍ରୀ ଅଞ୍ଜଳୀ ମାଝୀ, ସବିତା ମହାପାତ୍ର, ସ୍ଵର୍ଣ୍ଣ ଲତା ଦାସ, ସବିତା ରଣା, ସୁଭାଷିନୀ ମେହେର, ସଂଘ ମିତ୍ରା ପାଣିଗ୍ରାହୀ, ଜୟନ୍ତୀ ଷଡ଼ଙ୍ଗୀ,ଲାବଣ୍ୟ ବତି ଧରୁଆ, ସୁରେନ୍ଦ୍ର ମାଝୀ, ସୁନନ୍ଦା ପୁରୋହିତ, ସବିତା ରଣା, ବୀଣାପାଣି ଦାସ, କୁସୁମ ମଞ୍ଜରି ନାଗ, ନିରୁପମା ମିଶ୍ର, ଶାନ୍ତି ଲତା ଭୋଇ, ମୁକ୍ତ ଵେଜ୍,ଯଶୋଦା ବିଡ଼ିକା,ଭାରତୀ ସାହୁ, ସଚ୍ଚିଦାନନ୍ଦ ପାତ୍ର, ସୁଜାତା ସାହୁ,ଇତ୍ୟାଦି ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।



Edited by k.s thakur...



Post a Comment

Previous Post Next Post