ପ୍ରବାସୀ ଭାରତୀୟ ଦିବସ: ୩ ଦିନରେ ୫ଟି ଅଧିବେଶନ...

ପ୍ରବାସୀ ଭାରତୀୟ ଦିବସ: ୩ ଦିନରେ ୫ଟି ଅଧିବେଶନ...


ଭୁବନେଶ୍ୱର,୦୭/୦୧ : ଆସନ୍ତାକାଲି ଠାରୁ ୧୦ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ମହାସମାରୋହରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ପ୍ରବାସୀ ଭାରତୀୟ ଦିବସରେ ବିଶ୍ଵର କୋଣ ଅନୁକୋଣରେ ରହୁଥିବା ଭାରତୀୟ ଓଡ଼ିଶା ଆସୁଛନ୍ତି। 

Ad..


ଏହି ମହାସମାରୋହ ପୂର୍ବରୁ ଆଜି ରାଜ୍ୟ ସରକାର ଓ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ କେତୋଟି ସେସନ ରହିବ, କଣ କାର୍ଯ୍ୟକ୍ରମ ରହିବ ସେନେଇ ସୂଚନା ଦିଆଯାଇଛି।

Ad..


ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ସଚିବ ମନୋଜ କୁମାର ଆହୁଜା କହିଛନ୍ତି ଯେ ପ୍ରଥମ ଥର ପାଇଁ ଓଡ଼ିଶାରେ ହେଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ। ଏହି ଅବସରରେ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। 

    Ad..


ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି । ୩ ଦିନରେ ମୋଟ ୫ଟି ଅଧିବେଶନ ରହିଛି ।  ଏଥିରେ ଆଦିବାସୀ ମେଳା, ଫୁଡ ଫେଷ୍ଟିଭାଲ୍, ପୁଷ୍ପ ପ୍ରଦର୍ଶନୀ, ମୁକ୍ତେଶ୍ବର ଉତ୍ସବ ପ୍ରମୁଖ। ରାଜ୍ୟର ୨୧ଟି ପର୍ଯ୍ୟଟନ ସ୍ଥଳୀକୁ ପ୍ରବାସୀ ଭାରତୀୟମାନଙ୍କୁ ନିଆଯିବ।



Edited by k.s thakur...


Post a Comment

Previous Post Next Post