ରାଜଧାନୀ ଭୁବନେଶ୍ବରରେ ଡବଲ୍ ଡେକର ବସ୍ର ଶୁଭାରମ୍ଭ...
ଭୁବନେଶ୍ବର,୦୭/୦୧ : ରାଜଧାନୀ ଭୁବନେଶ୍ବରରେ ଡବଲ୍ ଡେକର ବସ୍ର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପ୍ରବାସୀ ଭାରତୀୟ ଦିବସର ଉଦ୍ଘାଟନ ପୂର୍ବରୁ ୫ଟି ଡବଲ ଡେକର ବସ୍ ରାଜଧାନୀରେ ଗଡ଼ାଇବାକୁ ସରକାର ବ୍ୟବସ୍ଥା କରିଛନ୍ତି। ଏଥି ସହିତ ୧୦ଟି ହପ୍ ଅନ୍ ହପ୍ ଅଫ୍ ବସ୍ର ଶୁଭାରମ୍ଭ ହୋଇଛି।
Ad..
ରାଜ୍ୟ ସରକାର ୨୫ଟି ଶ୍ରୀମନ୍ଦିର ପ୍ରଶାସନ ବସ୍ର ଶୁଭାରମ୍ଭ କରିଛନ୍ତି। ଏହି ବସ୍ଗୁଡ଼ିକ ପୁରୀ ଭିତରେ ଯାତାୟତ କରିବ। ଚାଲିବ। ଡବଲ ଡେକର ବସ୍ରେ ପ୍ରବାସୀମାନେ ଯାତାୟାତ କରିବେ। ଡବଲ ଡେକର ବସ୍ର ଶୁଭାରମ୍ଭ ଅବସରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭୁବନେଶ୍ବର (ଏକାମ୍ର) ବିଧାୟକ ବାବୁ ସିଂହ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।
Ad..
ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ଆସନ୍ତାକାଲି ଠାରୁ ୧୦ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଶ୍ଵର କୋଣଅନୁକୋଣରେ ରହୁଥିବା ଭାରତୀୟ ଓଡ଼ିଶା ଆସୁଛନ୍ତି। ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପ୍ରବାସୀ ଭାରତୀୟ ଦିବସ ଏକ ପ୍ରକୃଷ୍ଟ ଅବସର। ଏକ ସୁନ୍ଦର ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଅଭିଜ୍ଞତା ପ୍ରଦାନ ପାଇଁ ଟ୍ୱିନସିଟିକୁ ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ ଓ ନିର୍ମଳ କରାଯିବା ସହ ଉତ୍ସବ ମୁଖର କରାଯାଇଛି।
Ad..
ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା କହିଛନ୍ତି, ପ୍ରବାସୀ ଭାରତୀୟ ଦିବସର ଆୟୋଜନ କରିବାକୁ ଓଡ଼ିଶାକୁ ସୁଯୋଗ ମିଳିଛି।
କେନ୍ଦ୍ର ସରକାର ପୂର୍ବୋଦୟ ନୀତି ଅନୁଯାୟୀ ଓଡ଼ିଶାକୁ ଚୟନ କରିନ୍ତି। ଏହି ଅବସରରେ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଏଥିରେ ଆଦିବାସୀ ମେଳା, ଫୁଡ ଫେଷ୍ଟିଭାଲ୍, ପୁଷ୍ପ ପ୍ରଦର୍ଶନୀ, ମୁକ୍ତେଶ୍ବର ଉତ୍ସବ ପ୍ରମୁଖ। ରାଜ୍ୟର ୨୧ଟି ପର୍ଯ୍ୟଟନ ସ୍ଥଳୀକୁ ପ୍ରବାସୀ ଭାରତୀୟମାନଙ୍କୁ ନିଆଯିବ। ଏଗୁଡ଼ିକ ଭୁବନେଶ୍ବର, କଟକ, ଯାଜପୁର ଓ ପୁରୀରେ ରହିଛି।
Edited by k.s thakur...
Tags:
Bhubaneswar
cm mohan Majhi
double decker bus
inauguration
latest news
latest update
odisha daily current affairs




